ରଜ ମଉଜ
ରଜ ମଉଜ
ବରଷକୁ ବାର ମାସ
ବାର ମାସେ ତେର ପରବ
ତା' ମଧ୍ୟେ ରଜ ପରବ
ଆମ ଓଡ଼ିଆଙ୍କ ବଡ଼ ପରବ ।
ଆସିଛିରେ ଭାଇ ରଜ
ଦେଖ ବରଷକୁ ଥରେ ଆସିଛି ରଜ
ଘେନି ନୂଆ ସଜବାଜ
ଚଞ୍ଚଳ ସଜେଇ ଆସ ଲୋ ଭଉଣୀ
ପାଳିବା ମିଶିକି ରଜ ।
ଆରିସା କାକରା ପୋଡ଼ପିଠା ସାଥେ
କଳେ ଜାକିଥିବୁ ଖଣ୍ଡେ ପାନ
ତିନିଦିନ ଧରି ଦୋଳିରେ ଝୁଲିବା
ମନ ଭାରି ଛନ ଛନ ।
କଦଳୀ ପାଟୁଆ କଠଉକୁ ପିନ୍ଧି
ଧରାରେ ତୁ ଗୋଡ଼ ରଖିବୁ
ପନିପରିବାକୁ କାଟିବୁନି ଜମା
ପନିକି ଦୂରେଇ ରହିବୁ ।
କରିବୁନି ଲାଜ ହେବୁ ବେଗେ ସଜ
ଗାଁ ମୁଣ୍ଡେ ବନ୍ଧା ଦୋଳି
ପାନ ଖଣ୍ଡେ ଜାକି ପୋଡା ପିଠା ଖାଇ
ଯିବୁ ଧାଇଁ ଦୋଳି ଖେଳି ।
ପାହାନ୍ତି ପହରୁ ଉଠିବୁ ସକାଳୁ
ଗୋବରକୁ ଲିପି ଦେବୁ
ରାତି ପାହୁ ପାହୁ ନିତ୍ୟକର୍ମ ସାରି
ପୋଡ଼ପିଠା କରି ଦେବୁ ।
ଚାଷୀକୁ କହୁଛି ରଖି
ଏଇ ତିନିଦିନ ହଳ ଲଙ୍ଗଳରେ
ହାତ ଜମା ମାରିବୁନି
ଆମ ବସୁଧା ମା'ର ଛାତିକି ଆଜି
ତୋ ଲଙ୍ଗଳରେ ଚିରିଦେବୁନି ।
ବସୁଧାକୁ ସର୍ବେ ପୂଜା ଆଜି କରିବ
ଦେବ ନାହିଁ ତିଳେ କଷ୍ଟ
ଆମ ପାଇଁ ସାରା ବରଷ ମାସ
ସହି ଅଛି ଦୁଃଖ କଷ୍ଟ ।