Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Romance

4.0  

Budhadeba Nayak

Romance

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

1 min
11



ତୁମ ଅଜାଣତେ ମୋ ବାଳୁତ କାଳୁ 

                   ହୋଇଥିଲା ମତେ ପ୍ରେମ,

ସେ ଦିନୁ ଜାଣିଲି ତୁମେ ମୋ ଜୀବନେ

                    ଆସିଲ ହୋଇ ପ୍ରଥମ  |

              

ମୁଁ ଥିଲି ଅଜ୍ଞାନ ବାଳକ ସେ କାଳେ 

                    ବୁଝିନ ଥିଲି ତା ଅର୍ଥ,

ଆସିଲ ଯେବେଠୁ ଜୀବନରେ ମୋର 

                    ଅର୍ଥକୁ କଲି ଅନର୍ଥ  |


ପ୍ରାତଃ କାଳରେ ପ୍ରଥମ ଦର୍ଶନ

                   ତୁମେ ହିଁ ତୋ ଦେଉଥିଲ,

ସେ ମୁକୁଳା କେଶ ଓଦା ଫର୍ ଫର୍

                    ସେଥିରେ ଭିଯାଉଥିଲ |


ସେ ଚନ୍ଦ୍ରବଦନି ଉତ୍ତ୍ୟକ୍ତ କରିଲା

                  ମୋ ମନ ପ୍ରାଣ କେନ୍ଦ୍ରକୁ,

ତୁମରି ବଚନ ମୁଗ୍ଧ କରୁଥିଲା

                   ପ୍ରତ୍ୟୁଷରୁ ମତେ ସଞ୍ଜକୁ  |


କହିନ ଥିଲି ମୁଁ ମୋ ମନର କଥା

                    ଜଗିଥିଲି ସମୟକୁ,

ଆଜି ମୁଁ କହୁଛି ମୋ ପ୍ରେମର କିଛି

                    ଲୁଚାଇବିନି ତୁମକୁ   |



Rate this content
Log in

Similar oriya poem from Romance