STORYMIRROR

Budhadeba Nayak

Inspirational

4  

Budhadeba Nayak

Inspirational

ନୂଆ ବର୍ଷ ଆଉ କାହିଁ

ନୂଆ ବର୍ଷ ଆଉ କାହିଁ

1 min
7

ନୂତନ ବର୍ଷକୁ ସ୍ବାଗତ କରିଲେ

               ଆନନ୍ଦ ଉଲ୍ଲାସରେ

ଖୁସି ମନେଇଲେ ଜୀବ ହତ୍ୟା କରି 

             ଭୁଞ୍ଜିଲେ ନବବର୍ଷରେ ।


ଶୁନ ରାତ୍ରି ବୋଲି ନିଶାର୍ଦ୍ଧ ସମୟେ

            ପ୍ରିୟଜନ ହେଲେ ଠୁଳ,

ଶୁଭେଚ୍ଛା ଜଣେଇ ପରସ୍ପର ମଧ୍ୟେ 

            ଭୋଜି କରିଲେ ପ୍ରବଳ। 


ସକାଳ ଆସିଲା ସେ ସୂର୍ଯ୍ୟ ଉଇଁଲା 

           କିଛି ନ ଥିଲା ବଦଳି,

ସେଇ ରବି ତାପ ପ୍ରବାହରେ ଧରା

            ପ୍ରତ୍ୟୁଷେ ଗଲା ଚହଲି ।


 ତିନି ଦିନ ପ୍ରାୟ ବିତି ସାରିଲାଣି

               ଏହି ନୂତନ ବର୍ଷର,

 କିଛି ପରିବର୍ତ୍ତନ ପାରିଲିନି ବାଛି

               ଦୁନିଆର ସଭିଙ୍କର ।


ସକାଳେ ତ ସେହି ସୁରୁଜ ଆସିଲା 

               ଦେଇଗଲା ତା କିରଣ,

ରଜନୀରେ ଯେହ୍ନେ ଆସୁଥିଲା ଜହ୍ନ

               ଆସିଲା ନଥାଇ କାରଣ ।


ରବି ଶଶୀ ଯଦି ବଦଳି ନାହାନ୍ତି 

               କାହିଁ ଆଉ ନବବର୍ଷ,

ଗତକାଲି ଯାହା ଜୀବନରେ ଥିଲା 

              ଆଜି ବି ସେହି ସଂଘର୍ଷ ।


ଏହା ହିଁ ସନ୍ଦେହ ଉଙ୍କି ମାରେ ମନେ

                ନୂଆ ବର୍ଷ ଆଉ କାହିଁ ,

ଦୁନିଆର କି ସମାଜର କିମ୍ବା ମୋର

                 ଯଦି ପରିବର୍ତ୍ତନ ନାହିଁ ।


Rate this content
Log in

Similar oriya poem from Inspirational