STORYMIRROR

Budhadeba Nayak

Romance

3  

Budhadeba Nayak

Romance

ପ୍ରେମ ଓ ପ୍ରେମିକା

ପ୍ରେମ ଓ ପ୍ରେମିକା

1 min
186

ସବୁଠୁ ଲାଜେଇ ମୋ ଦଶମ ପ୍ରେମିକା

          ପ୍ରେମ ଉଦ୍ୟାନରେ ହୋଇଥିଲା ଦେଖା ।

ଭାରି ଚୁଗୁଲୀ ଥିଲା ମୋ ନବମ ପ୍ରେମିକା

          ହୃଦୟ ମଞ୍ଚରେ ଥିଲା ସେ ନାୟିକା  ।

ସବୁଠୁ ଅବୁଝା ମୋ ଅଷ୍ଟମ ପ୍ରେମିକା

          ବୁଝିଲାନି ମତେ ଦେଇଗଲା ଧୋକା  ।

ସବୁଠୁ ମେଳାପୀ ମୋ ସପ୍ତମ ପ୍ରେମିକା

          ସାହିପାରିଲାନି ସେ କଲା ମତେ ଶଙ୍କା ।

ଷଷ୍ଠ ପ୍ରେମିକା ମୋ ସର୍ବଗୁଣ ଭରା

          ଦୂରେଇଗଲା ହୋଇ ହୃଦୟହରା  ।

ପଞ୍ଚମ ପ୍ରେମିକା ଥିଲା ପଢ଼ା ଲେଖା

          ସେ ଚାଲିଗଲା କରି ମତେ ଏକା  ।

ଭାରି ସାଧାସିଧା ମୋ ଚତୁର୍ଥ ପ୍ରେମିକା

           ସେ ଥିଲା ମୋ ସ୍ବପ୍ନର ନାୟିକା  ।

ସବୁଠୁ ଚଞ୍ଚଳ ମୋ ତୃତୀୟ ପ୍ରେମିକା

            ମୋ ମନ ଗହୀରରେ ସାଇତିଛି ଜାଗା ।

ସବୁଠୁ ସୁନ୍ଦରୀ ମୋ ଦ୍ୱିତୀୟ ପ୍ରେମିକା

       ଯାହା ପାଇଁ ମୋ ହୃଦୟ ଆଜିବି ଖୋଲା ।

ହେଲେ ସବୁଠୁ ସରଳ ନିରୀହ ମୋ ପ୍ରଥମ ପ୍ରେମିକା

        ଯିଏ ପିଲାଟି ଦିନରୁ ଗାଁରେ କରିଛି ଅପେକ୍ଷା ।


           


Rate this content
Log in

Similar oriya poem from Romance