STORYMIRROR

Banasmita Panda

Romance

4  

Banasmita Panda

Romance

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
433


ଜୀବନର ସେ ପାହାଚେ 

ଖାଲି ଆମ୍ଭେ ଦୁହେଁ 

ଦୁଇ ଶରୀର ଗୋଟେ ଆତ୍ମା 

ମୁହୂର୍ତ୍ତଗୁଡିକ ଆମ୍ଭର 

କିଛି ତୁମେ କହିବ 

କିଛି ମୋର ଶୁଣିବ 

***

ଜୀବନର ସେ ପାହାଚେ

ଯେବେ ହଜିଯିବ ଅନେକ ଋତୁ 

ଦିବା ହେଉ ରାତ୍ରୀ 

ଆମେ ଥିବା ସାଥେ 

ଯେବେ ଟଳମଳ ହୋଇବ 

ଆମ ଦୁହିଁଙ୍କ ଚଲାପଥ 

ତୁମେ ମୋର, ମୁଁ ତୁମର 

ଥାମି ନେବା ପରସ୍ପରର ହାତ 

***

ଜୀବନର ସେ ପାହାଚେ 

ଯଦି କେବେ ହଜିଯାଏ ଦୁହିଁଙ୍କ ଶବ୍ଦ 

ତୁମେ ମୋତେ, ମୁଁ ତୁମକୁ 

ଶୁଣିନେବା ହୃଦୟର ଭାଷାରେ 

****

ଜୀବନର ସେ ପାହାଚେ 

ଯେବେ ଦର୍ଶିତ ହେବ ରୁକ୍ଷ 

ରେଖା ଅନେକ ମୁଖରେ 

ଆଦରି ନେବା ଉଭୟେ ପରସ୍ପରର 

ସୁନ୍ଦରତାକୁ 

****

ଜୀବନର ସେ ପାହାଚେ 

ଯେବେ କ୍ଷୀଣ ହୋଇ ଯିବ ଦୃଷ୍ଟିଶକ୍ତି 

ତୁମେ ମୋତେ, ମୁଁ ତୁମକୁ 

ଖୋଜିନେବା ସେ ନରମ ନିଃଶ୍ୱାସର 

ଛୁଆଁରେ 

****

ବିତିଯାଇଥିବା ସମୟକୁ ମନେ କରି 

କେବେ ଗୁଞ୍ଜିବ ପାପୁଲେ ହସ 

ଆଖିରୁ ଗିନାଏ ଲୁହ

ବାଣ୍ଟି ନେବା 

ତୁମେ 

ମୋର ପଣତ କାନି

ମୁଁ ତୁମ ଖଦି ଅଙ୍ଗବସ୍ତ୍ରେ 

****

ପ୍ରତିଟି ସ୍ପନ୍ଦନ ଯେବେ କହିବ 

ଏଇଠି କି ଶେଷ 

ସମ୍ଭାଳି ନେବ ତୁମେ ମୋତେ 

ମୁଁ ତୁମକୁ ସେ ସମୟେ 

****

ଜୀବନର ସେ ଶେଷ ପାହାଚେ 

ଝୋଟି ସଦୃଶ ଆମର ପ୍ରତ୍ୟେକଟି 

ପାଦଚିହ୍ନ କହୁଥିବ 

ଆମର ପ୍ରତିଟି ସ୍ମୃତି 

ଚିରନ୍ତନ ଏହି ପ୍ରେମ 

ଦୁଇଟି ପବିତ୍ର ଆତ୍ମାର 

ରହିଥିଲା 

ଯୁଗେ ଯୁଗେ 

ରହିଥିବ

ମୁଁ ତୁମ ସାଥେ 

ତୁମେ ମୋ ସାଥେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance