STORYMIRROR

Banasmita Panda

Drama Crime Inspirational

4  

Banasmita Panda

Drama Crime Inspirational

ମସ୍ତିଷ୍କ ଏବଂ ହୃଦୟ

ମସ୍ତିଷ୍କ ଏବଂ ହୃଦୟ

1 min
262


ଏକଦା ଥିଲେ ଦୁଇଟି ବନ୍ଧୁ 

ମସ୍ତିଷ୍କ ଏବଂ ହୃଦୟ 

ମସ୍ତିଷ୍କ ଥିଲା ଟିକେ ଚପଳ

ହୃଦୟ ଥିଲା ଟିକେ ଗେଲବସର 

ଛୋଟ ଛୋଟ କଥାରେ ହୃଦୟ କାନ୍ଦେ 

ମସ୍ତିଷ୍କ ତା ବିବେକ ନେଇ ସହିଯାଏ ।


ପଚାରିଲେ କହେ 

ସେ କି ବନ୍ଧୁ ଯିଏ ବନ୍ଧୁର କଥା ନ ସହେ 

ବନ୍ଧୁ ଯେବେ ମୁହିଁ ଛିଡା ହେବି ସବୁ ଦୁଃଖେ ସୁଖେ 

ତୋ ହସରେ ମୁଁ ହସିବି, ତୋ ଦୁଃଖରେ ମୁଁ କାନ୍ଦେ ।


ଅଳପ ଦିନେ ଗୋଟେ ନୂଆ ଘଟଣା

ତାଙ୍କ ଜୀବନେ ଘଟିଲା 

ହୃଦୟ ସହ ଆଉ ଏକ ନୂଆ ହୃଦୟ ବନ୍ଧୁ ବାନ୍ଧିଲା 

ମସ୍ତିଷ୍କ ଠୁ ଦିନକୁ ଦିନେ ଦୁରେଇଲା 

ହୃଦୟର ମନ ହୃଦୟ ସହ ଆହୁରି ନିବିଡ଼ ହେଲା 

ଅଳ୍ପ ଦିନେ ପ୍ରେମ କରିଅଛି ବସି ଭାବିଲା 

ନୂଆ ନୂଆ ଅନେକ ସ୍ବପ୍ନ ବାନ୍ଧିଲା 

କିନ୍ତୁ ଆର ହୃଦୟଟି କିଛି ଦିନେ ନୂଆ ପ୍ରେମିକରେ ମନ ବଳାଇଲା ।


ଦୁଃଖି ହୃଦୟକୁ, ଦୁଃଖରେ ଦେଖି ମସ୍ତିଷ୍କ ପୁଣି 

ବନ୍ଧୁତ୍ୱର ହାତ ବଢ଼ାଇଲା 

ତାକୁ ବୁଝାଇ ତୁନି କରାଇଲା 

ଦୁଇ ବନ୍ଧୁଙ୍କ ପୁନର୍ବାର ମିଳନ ହେଲା 

କିନ୍ତୁ ହୃଦୟ ଭିତରେ ଆଉ କିଛି ବଦଳିଥିଲା 

ହୃଦୟ ନିଜ ଭିତରେ ଆଉ ଏକ କଦର୍ଯ୍ୟ ରୂପ ଆଙ୍କିଥିଲା 

ହୃଦୟ ଭିତରେ ମଧ୍ୟ ଆଉ ଏକ ନକାରାତ୍ମକ ମସ୍ତିଷ୍କ ଜନ୍ମ ନେଇଥିଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama