STORYMIRROR

Jyoti Jyoti

Drama Tragedy

3  

Jyoti Jyoti

Drama Tragedy

ଗାଁ ଛାଡି ସହର ଯିବାର ନିଶା

ଗାଁ ଛାଡି ସହର ଯିବାର ନିଶା

1 min
242

କର୍ମ ର ବନ୍ଧନ ନା ସହରୀ ସଭ୍ୟତା ର ଆକର୍ଷଣ

କାହା ପାଇଁ ଆଜି ଗାଁ ଘର ଆଜି ଲାଗେ ଶୂନଶାନ

ଯେଉଁ ଘର ଥିଲା ଦିନେ ଏକାର୍ଣ୍ଣବର୍ତ୍ତୀ ପରିବାର

ଆଜି ଏଠି କିଛି ଦିନ ପାଇଁ ଲାଗେ ମିଳନ ର ପରିସର

ଗାଁ ମାଟିର ବାସ୍ନା, ଗୋଧୂଳି ର ସନ୍ଧ୍ୟା,ଗାଁ ମୁଣ୍ଡ ଆମ୍ବତୋଟା

ଭାଗବତ ଘର, ପଖାଳ ଭାତ ଆଉ ଭିଟାମାଟି ର ମୋହ

ସବୁ ଆଜି ବୋଧେ ତୁଚ୍ଛ ଲାଗେ ସହର ର ଗାଡି- କଳକାରଖାନା ଧୂଆଁ ଚକାଚକ ପିଚୁ ରାସ୍ତା, ପାର୍କ - କ୍ଲବ ଘର

ଆଉ ପଞ୍ଚତାରକା -ହୋଟେଲ ର ପିଜ୍ଜା ବର୍ଗର ପାଖରେ

ଝିଅ ବାହା କରାଇ ସଵାରୀ ରେ ବିଦା କରିବା

ଏହି ପ୍ରଥା ତ ପ୍ରଚଳିତ ଥିଲା ବହୁ ପୂର୍ଵରୁ

ହେଲେ ଆଜିର ଆଧୁନିକ ସମାଜରେ ଭିନ୍ନ ଆଉ ଏକ

ନୂତନ ପ୍ରଥା ଗଢିଉଠିଛି ବୋହୂ - ନାତି - ନାତୁଣୀ କୁ

ପୁଅ ସହ ତାର କର୍ମସ୍ଥଳୀ କୁ ପଠାଇବାର ପ୍ରଥା

ହେଲେ ପୁଅ କି ଝିଅ କେହି ବି ଭାବନ୍ତି ନାହିଁ

ବିଦାୟ ଦେବା ବେଳେ ମନର କୋହ ଆଉ ଆଖିର ଲୁହ କୁ

ସେମାନେ କିପରି ରୋକି ରଖିଥିବେ ନିଜ ଭିତରେ 

କିଏ ସାହାରା ହେବ ସେଇ ବୃଦ୍ଧ ପିତା ମାତା ଙ୍କର

ପରିଣତ ବୟସରେ ନାତି ସହ ଖେଳି ପୁଣି ପିଲା ହେଇଯିବାର ଇଚ୍ଛା,କୋଳରେ ଶୁଆଇ କାହାଣୀ ଶୁଣାଇବାର ଆଶା, କାନ୍ଧରେ ବସାଇ ମେଳା ବୁଲାଇବାର ନିଶା 

ଆଜିର ସମୟରେ ସବୁ ଲାଗେ ଦିବା ସ୍ୱପ୍ନ ପରି ତାଙ୍କୁ

କର୍ମ ର ବନ୍ଧନ ହୁଏତ ତୁମ ମାନଙ୍କୁ ବାନ୍ଧି ରଖି ପରେ ତୁମକୁ ସେଠି

ସହରୀ ସଭ୍ୟତାର ଆକର୍ଷଣ ରେ ନିଜକୁ ବାନ୍ଧି ଦିଅନା ଯୁବସମାଜ,

ଦିନକୁ ଥରେ ପଚାରି ବୁଝ ବାପା ମା କେମିତି ଅଛ

ମାସକୁ ଥରେ ଘରକୁ ଆସି ସମୟ ଦିଅ ଚଳନ୍ତି ଦେବତାଙ୍କୁ

ହୁଏତ କିଛି ପରିମାଣ ରେ ହୁଏତ କଷ୍ଟ ଦୂର ହୋଇପାରେ ତାଙ୍କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama