ମା ଲକ୍ଷ୍ମୀ
ମା ଲକ୍ଷ୍ମୀ
ହଳଦୀ ମୁହିଁ ମାଆ ଲୋ ତୁହିଁ ବୈକୁଣ୍ଠପୁର ବାସିନୀ
ତୋ କରୁଣା ରହୁ ମା' ଲୋ ଏତିକି ମୋ ଗୁହାରି |
ବିଷ୍ଣୁଙ୍କ ଘରଣୀ ତୁମେ ମହାଲକ୍ଷ୍ମୀ ଠାକୁରାଣୀ
ଅର୍ଣ୍ଣପୂର୍ଣ୍ଣା ମାଆ ତୁମେ ଶୁଭ ଫଳ ପ୍ରଦାୟିନୀ |
ଆଦି ଲକ୍ଷ୍ମୀ,ରାଜ ଲକ୍ଷ୍ମୀ, ଐସ୍ବର୍ଯ୍ୟ ର ରାଣୀ
ଧନ ଲକ୍ଷ୍ମୀ ଧାନ୍ୟ ଲକ୍ଷ୍ମୀ ସନ୍ତାନ ବର ଦାୟିନୀ |
ଶୁଦ୍ଧ ଚିତ୍ତେ ପୂଜା କରି ତୁମ ଦରଶନ ଲଭଇ
କୋଟି ପୁଣ୍ୟ ଅରଜିଲା ଶ୍ରୀୟା ଚଣ୍ଡାଳୁଣୀ |
ପର୍ଣ୍ଣ କୁଟୀର କୁ କରିଲ ସୁନାର ମହଲ,
ଦାସ ଦାସୀ କେତେ ପୁଣି କୋଳ କୁ କୁମର |
ଅନ୍ତକାଳେ ତୁମ ଧାମେ ରହିବାକୁ ଦେଲ ବର,
ତୁମ ଆଶୀର୍ବାଦ ହସ୍ତ ତା ମାଥେ ରଖିଲ |
ଶୁଣି ସ୍ୱାମୀ ଦେଢଶୁର ଙ୍କ ଅପମାନ ବାଣୀ
ତ୍ୟାଗ କରିଲ ଶ୍ରୀମନ୍ଦିର ତୁମେ ସାଗର ନନ୍ଦିନୀ,।
ଦେଇଗଲ ଅଭିଶାପ ଶ୍ରୀହୀନ ହେବ ମନ୍ଦିର
ବାରବର୍ଷ ଯାଏଁ ନମିଳିବ ଜଳ କି ଆହାର |
ସତ୍ୟ ହୋଇଲା ବଚନ ଶ୍ରୀହୀନ ହେଲା ଶ୍ରୀମନ୍ଦିର
ବାର ଦ୍ୱାର ବୁଲିଲେ ଦୁଇ ଭାଇ ନ ମିଳିଲା ଭୋଜନ |
ସମୟର ଅନ୍ତରାଳେ ସ୍ଵଅପରାଧ ବୁଝି ଦୁଇ ଭାଈ
ଧାଇଁ ଗଲେ ଲକ୍ଷ୍ମୀଙ୍କ ପାଶ ପ୍ରାୟଶ୍ଚିତ ପାଇଁ ।
ଶ୍ରୀମନ୍ଦିର ଫେରିବାକୁ ନିବେଦନ ଯେ କରନ୍ତି
ଏହା ଶୁଣି ମହାଲକ୍ଷ୍ମୀ ବୋଲନ୍ତି ହେ ଦେବ ।
ଶ୍ରୀମନ୍ଦିରେ ଯେବେ ଯାଏଁ ଜାତିଭେଦ ରହିବ
ସେବେ ଯାଏଁ ମୋ ଚରଣ ସେଠାରେ ନପଡିବ।
ଏହାଶୁଣି ଜଗନ୍ନାଥ ଦେଲେ ଯେ ବଚନ
ଆଜିଠୁଁ ଶ୍ରୀମନ୍ଦିରେ ଜାତି ଧର୍ମ ବର୍ଣ୍ଣ ଯେ ନ ରହିବ
ବ୍ରାହ୍ମଣ ଠୁଁ ଚଣ୍ଡାଳ ଯାଏଁ ସଭିଏଁ ସମାନ ଯେ ହେବ ।
ପ୍ରତିଶୃତି ବାଣୀ ଶୁଣି ମା ଲକ୍ଷ୍ମୀ ହୋଇଲେ ପ୍ରସନ୍ନ
ମାତା ଅନ୍ନପୂର୍ଣ୍ଣ ରୂପେ ପାଳୁଛନ୍ତି ଏ ସଂସାର,
ତୁମ ଶ୍ରୀଚରଣେ ମୋର ଅନନ୍ତ କୋଟି ପ୍ରଣାମ |
