ଦରଦୀ ମନର ଦାରୋଟି କଥା
ଦରଦୀ ମନର ଦାରୋଟି କଥା
ମନର ସେହି ଅକୁହା କଥା କୁ
ଲେଖୁଛି ଆଜି ମୁଁ କଲମ ମୁନେ ।
ବ୍ୟସ୍ତ ବହୁଳ ର ସମୟ ମଧ୍ୟରେ
କିଏ ବା ବୁଝିବ କାହା ମନର ବେଦନା ।
ଜାଣେ ନାହିଁ କିଏ ପଢିବ ଅବା ନୁହେଁ
କି ପଢି ସାରି କଣ ବୁଝିବ ଏ ବ୍ୟଥା ।
ଆଶାର ଆଲୋକ ଅସ୍ତମିତ ଆଜି
ଜଣାନାହିଁ ସୂର୍ଯ୍ୟୋଦୟ ପାଇଁ ଆଉ
ସମୟ ଯେ କେତେ ଅଛି ବାକି ।
ଚଞ୍ଚଳ ଏଇ ମୋ ମନର ପକ୍ଷୀ
ଉଡ଼ିବୁଲୁଥିଲା ଖୋଲା ଆକାଶେ,
ଗିରି ବନ ପର୍ବତ ସମୁଦ୍ର ପୁଣି
କେବେ ନାନା ରଙ୍ଗର ଫୁଲ ଉପବନେ ।
ହଠାତ ଦିନେ ହଜି ଗଲା ପକ୍ଷୀ ମୋର
ଜଣେ ଅଜଣା ମଣିଷର ହୃଦୟ ବନେ,
ମନଲୋଭା ତା'ର ଦାରୋଟି କଥାରେ
ମାୟାଜାଲ ଟେ ସେ ଯେ ବୁଣିଲା ।
ବିଚରା ମନ ପକ୍ଷୀ ନବୁଝି ତା ଛନ୍ଦ
ପ୍ରେମର ପଞ୍ଜୁରୀରେ ଧରା ସେ ଦେଲା ।
ନୂଆ ନୂଆ ସେଇ ପ୍ରେମ ର ସରାଗ
ସମୟର ଅନ୍ତରାଳେ ଉଭେଇ ଗଲା ।
ମନର ମଣିଷ ର ହୃଦୟ ଉପବନେ
ଅଛି ଆଜି ଆଉ କେଉଁ ନୂତନ ପକ୍ଷୀ ।
ମୋ ମନ ପକ୍ଷୀ ଫେରି ଆସି ଅଛି
ପୁଣି ମୋର ସେଇ ପୁରୁଣା ବସା କୁ,
ହେଲେ ଫେରି ନାହିଁ ଆଉ ପୂର୍ଵ ର ସରାଗ
ଆଉ ନା ତା'ର କୁନି ଓଠ ଧାରର ହସ ।