Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyoti Jyoti

Romance

4.0  

Jyoti Jyoti

Romance

ଋତୁ

ଋତୁ

1 min
137


ସମୟ ର ଚକ ଗଡି ଚାଲିଛି

ଚାଲିଛି ଜୀବନ ଯାତ୍ରା ବି

ଚକ ଗଡୁଛି ଅଖ ବି ବୁଲୁଛି

ବଦଳୁଛି ସମୟ, ପରିସ୍ଥିତି, ଆଉ ଋତୁ ବି

ସୁଖ ର ଋତୁ ବେଶ୍ ଜଲଦି ଚାଲିଯାଏ

ଆଉ ଦୁଃଖ - ଋତୁ ଚକର ଗତି ଖୁବ୍ ଧୀର

ତା' ମନ ରେ ବି ଆଜି ଲାଗିଛି ବୈଶାଖୀ ର ତାତି

ବାହାରେ ଧୁ ଧୁ ଖରା ଆଉ ତତଲା ଝାଞ୍ଜି ପବନ

ଦେହ ର ତାତି କୁ କରିଦିଏ ଦ୍ବିଗୁଣିତ

ସେ ଖୋଜେ ତା'ର ପ୍ରିୟତମ ର ଶୀତଳ ସ୍ପର୍ଶ

ଅଗୁରୁ ଚନ୍ଦନ ଆଜି ସବୁ ତୁଚ୍ଛ ହୋଇଛି ଏ ତାତି ପାଖେ

ପଙ୍କ ରେ ପ୍ରସ୍ଫୁଟିତ ସେଇ ନୀଳ କମଳ ଆଜି ଆବଶ୍ୟକ

ଦିନର ତାତି ରାତି କୁ ବଢିଯାଇଛି ଖୁବ ଅଧିକ

ତପନ ଙ୍କ ତାପ କ'ଣ ସହଜେ କଟିଯିବ

ଆଜି କିନ୍ତୁ ଆକାଶରେ ପୂର୍ଣ୍ଣମୀ ର ଚାନ୍ଦ

ଢାଳୁଛି ଧରଣୀରେ ତା'ର ଶୀତଳ ଜ୍ୟୋସ୍ନା ର ଧାରା

ରାତ୍ରିର ଅନ୍ଧକାର ଯେତେ ଘନଶ୍ୟାମ ହେଉଛି

ତାତି ଧୀରେ ଧୀରେ ଶୀତଳତା ଲଭୁଛି |



Rate this content
Log in

Similar oriya poem from Romance