ଦେବୀ ସ୍ୱରୂପିଣୀ ମାଆ
ଦେବୀ ସ୍ୱରୂପିଣୀ ମାଆ
ମୋର ଯାତ୍ରା ଆରମ୍ଭ ହୁଏ ମାତୃଗର୍ଭରୁ
ସେଇ ଅନ୍ଧାର ଭିତରେ ଅନୁଭବ ହୁଏ
ବିଶ୍ୱନିୟନ୍ତା ପରମପୁରୁଷ ପରମାତ୍ମା ଙ୍କର ଆଶୀର୍ବାଦ
ଯାହାକୁ ଘେନି ଆରମ୍ଭ ହୋଇଛି ମୋ ଯାତ୍ରା |
ପୂର୍ଣ୍ଣମୀ ରେ ଚାନ୍ଦ ବୃଦ୍ଧି ଭଳି ମୋର ହୁଏ ବିକାଶ
କୁନି କୁନି ହାତ କୁନି କୁନି ଗୋଡ ସହ ମୋର
ସମଗ୍ର ଶରୀର ଓ ହୃଦୟର ଦିକ ଦିକ ସ୍ପନ୍ଦନ |
ଜନ୍ମଦାତ୍ରୀ ରେ ସ୍ନେହ ରେ ପରଶ ଅନୁଭବ କରେ ମୁଁ
ତାର ହସ, ଲୁହ, ସ୍ନେହ, ଶ୍ରଦ୍ଧା, ହାତର ସ୍ପର୍ଶ
ଏସବୁ ମିଶିଯାଇଛି ମୋର ପ୍ରତିଟି ରକ୍ତ କଣିକା ରେ |
ମୋର ପଦାଘାତ ରେ ସେ ଦୁଃଖ ବଦଳରେ ସୁଖ ପାଏ
ପୁଣି ଜନ୍ମ ସମୟର ସେଇ ହାଡ଼ଭଙ୍ଗା ଯନ୍ତ୍ରଣା,
କ୍ଷଣ ଭରକରେ ପାସୋରିଦିଏ କୋଳେଇ ନେଇ ମୋତେ
କ୍ଷୁଦା ରେ ଉଦର ପୁରେ ତାର ସ୍ତନ ର ଅମୃତଧାରା ରେ |
ଗର୍ଭଧାରଣ ରୁ ମଶାଣିରେ ଜୁଇର ନିଆଁ ରେ ଶୋଇବା ଯାଏଁ
ବିତାଇଛି ଯିଏ ସାରା ଜୀବନ ସନ୍ତାନର ମଙ୍ଗଳକାମନାରେ
ତୁଳନା କରିବି କାହା ସଙ୍ଗେ ତା' ମମତା ର ଗଭୀରତା କୁ,
ମୃତ୍ୟୁ ରେ ଶଯ୍ୟା ରେ ଶୋଇ ଯିଏ ଦିଏ ନୂଆ ଜୀବନ
କିପରି କରିବି ତାର ପୂଜାର୍ଚ୍ଚନା ଅବା ପଦବନ୍ଦନା |
ତାହାରି ଏଇ ଜୀବନ ତାକୁ ହିଁ ଅର୍ପଣ କରି
କରୁଥିବି ନିତି ତାର ସେବା ଥିବା ଯାଏ ପିଣ୍ଡରେ ମୋ ପ୍ରାଣ
ହେ ଦେବୀ ସ୍ୱରୂପିଣୀ ମାଆ ତୋ ପାଦେ କୋଟି ପ୍ରଣାମ |