Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyoti Jyoti

Classics Others

4.5  

Jyoti Jyoti

Classics Others

ପୁରୁଷୋତ୍ତମ ଶ୍ରୀରାମ

ପୁରୁଷୋତ୍ତମ ଶ୍ରୀରାମ

1 min
245


ସୂର୍ଯ୍ୟବଂଶୀ ସୂର୍ଯ୍ୟ ତୁମେ

ରଘୁକୂଳ ର ତିଳକ,

ଆଦର୍ଶମୟ ପୁରୁଷୋତ୍ତମ

ଜାନକୀପତି ଶ୍ରୀରାମ ||

ଦଶରଥଙ୍କ ନନ୍ଦନ ତୁମେ

କୌଶଲ୍ୟା ଗଳାର ହାର,

ଚାରି ଭ୍ରାତା ମଧ୍ୟେ ଜ୍ୟେଷ୍ଠ

ଅଯୋଧ୍ୟାବାସୀ ଙ୍କ ଯୁବରାଜ ||

ପାଷାଣକୁ ଯେ ଜୀବନ ଦେଲ

ସ୍ପର୍ଶ କରାଇ ତୁମ ପଦରଜ,

ବିଜ୍ଞାନୀ କୈବର୍ତ୍ତ ଅରଜିଲା ପୂନ୍ୟ

ଧୋଇକରି ତୁମ ପଦପଙ୍କଜ ||

ଗୁରୁଙ୍କ ଆଂଜ୍ଞାରେ ମିଥିଳା ରାଜ୍ୟେ

ସୀତାସ୍ୱୟଂବରେ ଶିବଧନୁ ଭାଙ୍ଗି

ଦେବୀ ସୀତା ଙ୍କୁ କରିଲ ବରଣ ||

ପିତୃସତ୍ୟ ପାଳି ରାଜ୍ୟତ୍ୟାଗ କରି

ସହାସ୍ୟ ବଦନେ ଧର୍ମରକ୍ଷା କଲ,

ଦେବୀ ସୀତା ଅନୁଜ ଲକ୍ଷ୍ମଣ

ସହିତେ ଚଉଦ ବର୍ଷର ବନବାସ

ଯାଇ ରଘୁକୂଳ ମାନ ରଖିଲ ||

ସ୍ୱୟଂ ପରବ୍ରହ୍ମ ହୋଇ ମଧ୍ୟ ତୁମେ

ସ୍ବର୍ଣ୍ଣମୃଗ ପଛେ ପଛେ ଧାଇଁଲ,

ମାୟାର ବଶବର୍ତ୍ତୀ ହୋଇ ତୁମେ

ପତ୍ନୀ ଠୁଁ ବିଛେଦ ହୋଇଲ ||

ଶବରୀ ମାତା ଙ୍କ ହସ୍ତ ରୁ 

ଅଇଁଠା ଫଳ ଖାଇ ତୁମେ

ଭକ୍ତକୁ ତୁମର ଧନ୍ୟ କରିଲ ||

ବୀର ହନୁମାନ, ସୁଗ୍ରୀବ ରାଜା

ବାନର ସେନା ସହିତେ ତୁମେ

ଲଙ୍କା କୁ ବିଜୟ କରିଲ,

ପାପୀ ରାବଣ କୁ ବିନାଶ କରି

ଧର୍ମର ସ୍ଥାପନା କରିଲ ||

ମାତା ସୀତା, ଭ୍ରାତା ଲକ୍ଷ୍ମଣ

ସହିତେ ଭକ୍ତ ଶିରୋମଣି

ହନୁମାନ ଙ୍କୁ ସଙ୍ଗରେ ଘେନି

ଅଯୋଧ୍ୟା ନଗରୀ ଫେରିଲ,

ରାଜ ସିଂହାସନ ଆରୋହଣ କରି

ରାମରାଜ୍ୟ ପ୍ରତିଷ୍ଠା କରିଲ ||

ଧନ୍ୟ ତୁମେ ଶ୍ରୀରାମ ଧନ୍ୟ ତୁମ ମହିମା

ତୁମ ଶ୍ରୀଚରଣେ ଚିତ୍ତ ରହୁ ସଦା

ତୁମକୁ କୋଟି ପ୍ରଣାମ ||


Rate this content
Log in

Similar oriya poem from Classics