The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ବି. ନିରୁପମା

Drama Romance Classics

4.5  

ବି. ନିରୁପମା

Drama Romance Classics

ସେଦିନୁ ଗଲାଣି ଦମ୍ଭ

ସେଦିନୁ ଗଲାଣି ଦମ୍ଭ

1 min
465



ଯେଉଁ ଦିନୁ ତୁମ ସହ ଭାବ ହେଲା

ସେଦିନୁ ଗଲାଣି ଦମ୍ଭ ,

ଯମୁନାକୁ ଆଉ ଯାଇପାରୁ ନାହିଁ

ଘେନି କରି କାଖେ କୁମ୍ଭ ।


ଶୁଣୁଅଛି ଯେତେ କଟୁ କଥାମାନ

କି ବୋଲି ବୋଲିବି କୁହ ,

ନିନ୍ଦା,ଅପବାଦ ସହି ସହି ଯେତେ

କ୍ଷୀଣ ହୋଇଲାଣି ଦେହ ।


ତୁମ ସହ ଯଦି ଲୀଳା ରଚିବାକୁ

ହୋଇଅଛି ମୋର ଜନ୍ମ ,

ଏତେ ଉଲୁଗୁଣା ସହିବାକୁ ଜମା

କରିନି ତ ମନ୍ଦ କର୍ମ ।


ଏ ଗୋକୁଳ ସାରା ଭିନ୍ନ ନଜରରେ

ଦେଖନ୍ତି କାହିଁକି ତେବେ ,

କୁହ ଆହେ କୃଷ୍ଣ-ପୂର୍ଣ୍ଣ ଅଧିକାର

ପାଇବି ମୁଁ ଆଉ କେବେ !!


Rate this content
Log in

More oriya poem from ବି. ନିରୁପମା

Similar oriya poem from Drama