STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଦେଖ ଗଡ଼ି ଗଡ଼ି ଯାଏ ରଥ

ଦେଖ ଗଡ଼ି ଗଡ଼ି ଯାଏ ରଥ

1 min
18

     

ଦେଖ ଗଡ଼ି ଗଡ଼ି ଯାଏ ରଥ

         ରଥେ ବସିଛନ୍ତି ଜଗନ୍ନାଥ...,

ସେ ତ ଅନାଥର ଶ୍ରୀନାଥ

        ହୋଇଥାନ୍ତି ନୟନର ପଥ...

ଦେଖ ଗଡ଼ି ଗଡ଼ି ଯାଏ ରଥ...।୦।


ଫି ବରଷକୁ ଗୁଣ୍ଡିଚା ଯାତ

         ଦେଖି ଚକିତ ହୁଏ ଜଗତ,

ଦିବ୍ୟ ଦର୍ଶନେ ତରେ ପତିତ

         ଭକତି ଭାବ ରଖି ଭକତ।

ନନ୍ଦିଘୋଷେ ବସିଛନ୍ତି ପ୍ରଭୁ

         ବଳିଆର ଭୁଜ ମହାବାହୁ,

ପରଂବ୍ରହ୍ମ ସେ ପରମ ବିଭୁ

       ତାଙ୍କ ବିନା ନାହିଁ କେହି ଆଉ।

ଦେଖ ଗଡ଼ି ଗଡ଼ି ଯାଏ ରଥ...


ତାଳଧ୍ଵଜେ ବଳଭଦ୍ର ଭାଇ

       ଦେବଦଳନେ ଭଉଣୀ ଥାଇ,

ମାଉସୀ ଘରକୁ ଯା'ନ୍ତି ବୁଲି 

      ଆନନ୍ଦ ମନରେ ସାଥୀ ହୋଇ।

ବଡ଼ଦାଣ୍ଡ ଗହଳ ଚହଳ

        ଭକତ ଜନେ ଭିଡ଼ ପ୍ରବଳ,

ପ୍ରଭୁଙ୍କୁ ଦେଖି ଭାବ ବିହ୍ଵଳ

        ଆଶିଷେ ତାଙ୍କ ହୁଏ ମଙ୍ଗଳ।

ଦେଖ ଗଡ଼ି ଗଡ଼ି ଯାଏ ରଥ...


ଡାକିବାରୁ ଭକ୍ତ ସାଲବେଗ 

      ଅଟକି ଗଲେ ଯେ ମହାଭାଗ,

ଦର୍ଶନେ ପ୍ରକାଶି ଅନୁରାଗ 

        ଭକତ ମନ ରଖିଲେ ଆଗ।

ଜଗତେ ପ୍ରଭୁ ବଡ଼ଠାକୁର

       ଚଳାନ୍ତି ସିଏ ସାରା ସଂସାର,

ହାତେ ଧରି ସେ ଭାଗ୍ୟର ଡୋର

         ସୁପଥେ ନିଅନ୍ତି ନିରନ୍ତର।

ଦେଖ ଗଡ଼ି ଗଡ଼ି ଯାଏ ରଥ...।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract