ଦୀପାବଳି
ଦୀପାବଳି
ପୂଣ୍ଯ କାର୍ତ୍ତିକରେ ନାନା ବାରବ୍ରତ
ପାଳନ୍ତି ଓଡ଼ିଶାବାସୀ,
ତାମଧ୍ୟରେ ଶ୍ରେଷ୍ଠ ଦୀପାବଳି ପର୍ବ
ସମସ୍ତେ ମନାନ୍ତି ମିଶି।
ପିଲାଠାରୁ ବୁଢା ବୟସ ନମାନି
ହୋଇଥାନ୍ତି ଏକାକାର,
ଦୀପାବଳି ପର୍ବେ ମିଠାଇ ବାଣ୍ଟିବା
ବ୍ୟବସ୍ଥା ନାନା ପ୍ରକାର।
ଆଲୋକର ପର୍ବ ଦୀପାବଳି ରୂପେ
ପାଳନ୍ତି ସମସ୍ତେ ମିଳି,
ଅନ୍ତଃଚେତନାରୁ କଳ୍ମଷକୁ ଭୁଲି
ଦିବ୍ୟ ଭାବନାକୁ ଭାଳି।
ଆଲୋକିତ କରୁ ସବୁରି ହୃଦୟ
ଅନ୍ଧାର ଯାଉ ଦୁରେଇ,
ସୁନ୍ଦର ସମ୍ପର୍କ ଗଢିଉଠୁ ଧିରେ
ସମାଜ ଯାଉ ବାଗେଇ।
ସ୍ନେହ ମମତାର ରଜ୍ଜୁରେ ଆବଦ୍ଧ
ହୁଅନ୍ତୁ ସମସ୍ତେ ମିଳି,
ଭାବର ପ୍ରେମର ଆଦାନ ପ୍ରଦାନ
କରୁଥାନ୍ତୁ ସର୍ବେ ମିଳି।
ଅନ୍ତରରେ ଜାଗୁ ଭାଇଚାରା ଭାବ
ହୃଦୟର ମନ୍ଦିରରେ,
ବସୁଧୈବକୁଟୁମ୍ବକମ୍ ର ସ୍ବର
ସ୍ଫୁରୁ ସଭିଙ୍କ ମନରେ।
ଦୀପାବଳି ନାମେ ବାଣ ଓ ଫୋଟକା
ପ୍ରଦୂଷଣ ପରିବେଶ,
ଅଘଟଣ ଘଟି ଜୀବନ ନାଶଇ
କ୍ଷତାହତେ ହୁଏ ଶେଷ।
ବାୟୁ ପ୍ରଦୂଷଣ ଜୀବନ ପାଇଁକି
ଘାତକ ସାଜଇ ଏବେ,
ଚିନ୍ତା କରିବାର ବେଳ ଉପନୀତ
ଭାବିବେ ସମସ୍ତେ କେବେ?
ଏ କର୍ମରୁ ସଦା ନିବୃତ ରହିବା
ପରିଚୟ ବ
ିଜ୍ଞତାର,
ବାରୁଦର ଗନ୍ଧେ ହେବନାହିଁ କ୍ଷତି
ସ୍ବଚ୍ଛ ବାୟୁମଣ୍ଡଳର।
ବାରୁଦର ଧୂଆଁ ହୄଦୟ ପାଇଁକି
ଅତୀବ କ୍ଷତିକାରକ,
ଫୁସଫୁସ ସହ ଆଖି ପ୍ରଭାବିତ
ପ୍ରଭାବ ତାର ଅନେକ।
ବଜାରରେ ମିଳେ ବାଣ ଓ ଫୋଟକା
ସଂଖ୍ୟାତାର ଅସୁମାରୀ,
ସ୍ବାସ୍ଥ୍ୟ ପକ୍ଷେ କ୍ଷତି କାରକ ସାଜଇ
ପ୍ରଦୁଷଣ ହୁଏ ଭାରି।
ପୁରୁବ କାଳରେ ଦୀପକୁ ଜଳାଇ
ସଜାଉଥିଲେ ଘରକୁ,
ମୁରୁଜ ପକାଇ ମନାଉଥିଲେସେ
ଆଲୋକର ପରବକୁ।
ରଙ୍ଗ ବେରଙ୍ଗର ଆଲୋକ ମାଳାରେ
ଏବେ ସଜାନ୍ତି ଗୃହକୁ,
ଆନନ୍ଦ ଉଲ୍ଲାସେ ପିଠାପଣା କରି
ପୂଜନ୍ତି ମାଆ କାଳୀଙ୍କୁ।
ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ବିଧି
ପୟା ଶ୍ରାଦ୍ଧ ନାମେ ଖ୍ୟାତ,
ବଡ ବଡୁଆଙ୍କୁ ଡାକ ଛାଡିଥାନ୍ତି
ପିମ୍ପେଇ ଅମାବାସ୍ୟାତ।
ସନାତନ ଧର୍ମ ଅସ୍ମିତା ପରାଏ
ପର୍ବ ପର୍ବାଣୀ ରହିଛି,
ବିଜ୍ଞାନ ସମ୍ମତ ଋତୁ ଉପଯୋଗୀ
କେଉଁ କାଳରୁ ରହିଛି।
ବେଦୋପନିଷଦ ଗୀତା ଭାଗବତ
ରାମାୟଣ ଆଦି ଗ୍ରନ୍ଥ,
ଜ୍ଞାନ ବିଜ୍ଞାନର ବାର୍ତ୍ତା ଦେଉଥିଲେ
ଜ୍ଞାନୀ ଗୁଣୀ ସାଧୁ ସନ୍ଥ।
ଆମର ସଂସ୍କୃତି ଆମର ଐତିହ୍ଯ
ପୃଥିବୀ ମଧ୍ଯରେ ଶ୍ରେଷ୍ଠ,
କଳା ଭାସ୍କର୍ଯ୍ଯର ଗନ୍ତାଘର ଏହା
ଜୀବନ ପାଇଁ ଅଭିଷ୍ଟ।
ଅନ୍ଧାର ଉପରେ ଆଲୋକର ଜୟ
ଅଜ୍ଞାନ ଉପରେ ଜ୍ଞାନ,
ଦାନବ ଉପରେ ଦେବତ୍ବର ଜୟ
ଯୁଗେ ଯୁଗେ ମହୀର