ନେଇ ଯା' ମୋତେ ଅଲଣାହାଟ
ନେଇ ଯା' ମୋତେ ଅଲଣାହାଟ
1 min
142
ନେଇ ଯା' ମୋତେ ଅଲଣାହାଟ
ଯିବାକୁ ଇଚ୍ଛା ହୁଏ ମନ ମୋହର ,
ଯେଉଁଠାରେ ଥିଲେ ମନେ ପଡୁଥାଏ
ତା'ର ରୂପ ବାରମ୍ବାର ।
ଗାଁ ଶେଷେ ଅଛି ସ୍କୁଲବାରି ପୋଖରୀ
ନବଗ୍ରହଙ୍କ ମନ୍ଦିର ,
କରୁଣାମୟୀ ଗୋ ନବଗ୍ରହ
ଅଛନ୍ତି ଗାଁ ମଝିର ।
ମାମୁଁ ଘର ପଛପଟେ ଚୁନିଆ ବାରି
ଚୁନିଆ ପୋଖରୀର ପାଣି ,
ସୁରୂଜ କିରଣେ ଚମକୁ ଥାଆନ୍ତି
ମନକୁ ନିଅଇ ଟାଣି ।
କୁତାମଚଣ୍ଡୀ ପାଖରେ ଯଜ୍ଞ
ହୁଏ କେତେ ଆଡମ୍ବର ,
ଗାଁର ସମସ୍ତ ପିଲାଠାରୁ ବୁଢ଼ା
ଦେଖୁଥାନ୍ତି ସୋହାଗରେ ।
ସବୁ ରାଗରୁଷା ଝଗଡ଼ା ଛାଡିକି
ଯାଆନ୍ତି ସଭିଏଁ ମିଶି ,
ଗାଁ ମୋର କେଡେ ସୁନ୍ଦର
ପାରିବିନି କେବେ ଭୁଲି ।