STORYMIRROR

Smita Rani Barik

Others

4  

Smita Rani Barik

Others

ପ୍ରଶ୍ନ

ପ୍ରଶ୍ନ

1 min
264


ଲେଖୁଛି କବିତାଟିଏ

ଲେଖା ନୁହଁ ନୁହେଁ ପ୍ରଶ୍ନ ସିଏ ।

ପ୍ରଶ୍ନ ମୋ କବିତା ହୁଏ

ମନକୁ ହଜାଇ ଦିଏ।

ଅଭୁଲା ଅତୀତ ନୀରେ

ଦିବସ ରଜନୀ ଝୁରେ।

ଆକାଶରେ ଲୁଚେ ଜହ୍ନ

କଇଁ ପରି ଝୁରେ ମନ।

ତଥାପି ଆକାଶ ଦୂର

ଚାହୁଁଛି ହୋଇ ବିକଳ।

ଡହଳ ବିକଳ ମନ

ମନ ଜଳେ ଧୂପ ସମ।

କେମନ୍ତେ କାଟିବି କାଳ

ସ୍ମୃତି ମୋ ଗଳାର ମାଳ।

ତୁମେ ମୋର ପ୍ରଶ୍ନ ହୁଅ 

କବିତାରେ ଭରିଦିଅ।

ଯେତେ ଦିନ ଜିଇଁଥିବି

ସେତେଦିନ ଲେଖୁଥିବି।

ଲେଖୁଛି କବିତାଟିଏ

ଲେଖା ନୁହେଁ ପ୍ରଶ୍ନ ସିଏ।


Rate this content
Log in