ବାପା ତମେ ନିଜ ପାଇଁ କ'ଣ କରିଛ ?
ବାପା ତମେ ନିଜ ପାଇଁ କ'ଣ କରିଛ ?
ମାଗିବା ଆଗରୁ ସବୁତ ଦେଇଛ ,
ଅଳି ଅଝଟ ସବୁ ପୁରଣ କରିଛ ।
ତୁମେ କୋଉ ଇଶ୍ୱର ଙ୍କ ଠୁ କମ୍ ଅଛ ?
ହେଲେ କୁହ ବାପା
ନିଜ ପାଇଁ ତମେ କ'ଣ କରିଛ ?
ନିଜ ପେଟ କାଟି ଆମ ପାଇଁ
ତୁମେ ସର୍ବସ୍ବ ଦେଇଚାଲିଛ ,
ବାପା ତମେ ନିଜ ପାଇଁ କ'ଣ କରିଛ ?
ଖେଳନାଟେ ପାଇଁ ଅଳି କରିଦେଲେ
ଖେଳନାରେ ଘର ଭରିଛ ,
ନିଜେ କିନ୍ତୁ ବାପା ପୁରୁଣା ଗଞ୍ଜି ପିନ୍ଧି
କେତେ କାଳ ବିତେଇଛ ।
ଜନ୍ମଦିନ ଅବା ଜାନିଯାତରାରେ
କେତେ ଯେ ନୂଆ ଯାମା ଆଣିଛ ,
ନିଜ ପ୍ୟାଣ୍ଟ କିନ
୍ତୁ ପୁରୁଣା ହେଲା ପରେ
ଧୋଇ ସୁଖେଇ ସଜାଡ଼ିଛ ।
ଶୀତରେ ନ ଶୋଉ କେବେ
ଆମେ ବୋଲି କେତେ କମଳ କିଣିଛ ,
ନିଜେ କିନ୍ତୁ ଖାଲି ଚଦର ଘୋଡ଼େଇ
ସାରା ଶୀତ ତମେ କାଟିଛ ।
ଜ୍ୱର ଟିକେ ହେଲେ ଅନିଦ୍ରାରେ ରହି
କେତେ ଔଷଧ ଦେଇଛ ,
ନିଜ ପାଇଁ କିନ୍ତୁ ପୂଜା - ପାଦୁକକୁ
ତୁଣ୍ଡେ ମାରିଦେଇ ରହିଛ ।
ଜୀବନଟା ଯାକ ସବୁ ଦୁଃଖ ନେଇ
ଆମକୁ ସୁଖ ଦେଇଛ ,
ହେଲେ ବାପା ତମେ କହିବକି ଥରେ
ନିଜ ପାଇଁ କ'ଣ କରିଛ ?
ବାପା
ନିଜ ପାଇଁ କ'ଣ କରିଛ ?