ରଜ
ରଜ
ପଖାଳ ଭାତକୁ ଶୁଖୁଆ ଭଜା
ଶୁଖୁଆ ଭଜା ଲୋ ମାଣିକ ପାଟଣା ଦହି ।
ଦଣ୍ଡରେ ଧାନ ବେଙ୍ଗଳା
ମୋ ବୋଉର ଗୋଟିକ ବଳା
ଗୋଟିକ ବଳାଲୋ ରଖିବେ ସର୍ବ ମଙ୍ଗଳା ।
ଦେଲି ହେଙ୍ଗୁଲେଈ ପଣା
ବିରଜା, ବିମଳା ଦୁଇ ଭଉଣୀ
ଦୁଇ ଭଉଣୀ ଲୋ କୁତାମଚଣ୍ଡୀଙ୍କୁ ଜଣା ।
ନଈରେ ଚାଲିଛି ନାଆ
ନାଉରିଆ ଭାଇ ମଥାରେ ଟିକା
ମଥାରେ ଟିକା ଯେ ସମଲେଇ ହେଲେ ସାହା ।
ନୂଆ ପାଟଣାର ପାଟ
ଚୁଆ ଚନ୍ଦନରେ ରତ୍ନ ମୁକୁଟ
ରତ୍ନ ମୁକୁଟ ଯେ ଲକ୍ଷ୍ମୀ , ନାରାୟଣ ଭେଟ ।
ଦୋଳିରୁ ଖସିଲେ ବତା
ବୋଇତରେ ଗଲେ ସାତ ଖୁଡୁତା
ସାତ ଖୁଡୁତା ଲୋ ଝିଆରୀ ଅମରମତା ।
ଦୋଳିରୁ ଛିଡିଲା ଲଇ
ବୋଇତରେ ଗଲେ ସପତ ଭାଈ ।