Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Children

3  

Niranjan Mishra

Children

ଟେଲିଭିଜନ

ଟେଲିଭିଜନ

1 min
162



କାହାଣୀଟିଏ ଶୁଣିବେ ବୋଲି

ନାତି ନାତୁଣୀମାନେ ।

ଘେରି ବସିଲେ ଆଈ ପାଖରେ

ଆଈ ଶୁଣାନ୍ତି ଦିନେ ।୧।

ଦେଖୁଛ ପିଲେ ଟେଲିଭିଜନ

ଶୁଣିବ କଥା ତାର ।

କିଏ ଗଢିଲା କେବେ କଅଣ

ଅତୀତ କି ଏହାର ।୨।

କହିଲେ ପିଲେ ଶୁଣିବୁ ଆଈ

କହ ତାହାର କଥା।

ଆଈ କହିଲେ ଶୁଣ ତା ହେଲେ

ଇଏ ବିଜ୍ଞାନ କଥା ।୩।

ବୈଜ୍ଞାନିକ ବେଅର୍ଡ ପହିଲେ

ଟେଲିଭିଜନ କଲେ ।

ଊଣେଇଶ ଶ ଛବିଶି ମସିହାରେ

ସଫଳ ହେଲେ। ୪।

ସର୍ବ ପ୍ରଥମ ଧାରାବାହିକ

ତା ଦଶ ବର୍ଷ ପରେ ।

ପ୍ରସାର ହେଲା ପ୍ରଥମ କରି

ସାରା ଆମ ବିଶ୍ବରେ ।୫।

ପ୍ରଥମ କରି ଅଠର ଶହ

ବାଉନ ଖ୍ରୀଷ୍ଟାବ୍ଦରେ ।

ରଙ୍ଗୀନ ଟେଲିଭିଜନ ଦୃଶ୍ଯ

ହେଲା ଆମେରିକାରେ ।୬।

ଆଲୋକ ଅନ୍ଧାରର ଏ ଖେଳ

ଟେଲିଭିଜନଟିଏ ।

ବିଦ୍ୟୁତ ଦ୍ବାରା ବସ୍ତୁର ଛବି

ଗ୍ରହଣ କରେ ସିଏ ।୭।

ଗ୍ରାହକ ଯନ୍ତ୍ର ପ୍ରେଷକ ଯନ୍ତ୍ର

ରହିଛି ତା ଭିତରେ ।

ଆଲୋକରଶ୍ମି ଛବିରେ

ତଡିତ୍-ତରଙ୍ଗ ସୃଷ୍ଟି କରେ ।୮।

ଏଇ ତରଙ୍ଗ ସବୁ ଦିଗକୁ

ଖେଳାଇ ହୋଇଯାଏ ।

ଆଲୋକରଶ୍ମି ତୀବ୍ରତାରେ ତା

ହ୍ରାସ ବୃଦ୍ଧି ବି ହୁଏ ।୯।

ଗ୍ରାହକ-ଯନ୍ତ୍ର ଉପରେ ଏକ

ପରଦା ଥାଏ ରହି ।

ଏଇ ପରଦା ଉପରେ ବସ୍ତୁ

ପ୍ରତିଛବି ପଡଇ ।୧୦।

ଚିତ୍ରଗୁଡିକ ଫୁଟି ଉଠଇ

ଏଇ ପରଦା ପରେ ।

କଣ୍ଠସ୍ବର ବି ଶୁଣୁଛେ ଆମେ

ତା ରେଡିଓ ଯନ୍ତ୍ରରେ ।୧୧।

ବହୁ ଦୂରର ଚିତ୍ର ଓ ଶବ୍ଦ

ଟେଲିଭିଜନ ଦେଇ ।

ଆସୁଛି ଆମେ ଦେଖୁଛେ ସବୁ

ମନ ନିଏ ରଞ୍ଜାଇ ।୧୨।


Rate this content
Log in

Similar oriya poem from Children