STORYMIRROR

Santosh Kumar Panda

Children

3  

Santosh Kumar Panda

Children

କ୍ଷୁଦ୍ରତା ହିଁ ମହାନତା

କ୍ଷୁଦ୍ରତା ହିଁ ମହାନତା

1 min
213



କୁନି ଗଛ ଏକ ଘାସ

ମନ ତା ସଦା ହରଷ,

ହିଂସା ଜାଣେ ନାହିଁ, ଅହଙ୍କାର ନାହିଁ

ଜାଣେ ନାହିଁ ଈର୍ଷା,ରୋଷ।ଘୋ।

କୁନି ଗଛ.....

ହୃଦୟ ସଦା ନିର୍ମଳ

ସଭିଙ୍କୁ କରେ ଆଦର

ଜାତି ପତି ଜାଣେ ନାହିଁ

ଛୁଆଁ ଅଛୁଆଁ ତା ନାହିଁ

ବାରେ ନାହିଁ ଉଚ୍ଚ ନୀଚ।୧।

କୁନି ଗଛ......

କେତେ କିଏ ଚାଲିଯା'ନ୍ତି ଉପରେ

ତଥାପି ମନେ ତା ନ ଥାଏ ଦୁଃଖରେ

କେତେ ଜୀବ ତାକୁ କରନ୍ତି ଭକ୍ଷଣ

ତଥାପି ମନେ ତା ନାହିଁ ରାଗ,ଦ୍ଵେଷ

ବରଂ ଓଷ୍ଠରେ ସଦା ତା ସ୍ନେହ ପୂର୍ଣ୍ଣ ହସ।୨।

କୁନି ଗଛ......

ତୁମେ ପୃଥ୍ବୀ ପରି ସର୍ବଂସହା,

ବଞ୍ଚିରହୁ ତୁମ ମହତପଣିଆ

ଛୋଟ ହୋଇ ତୁମେ, ବଡ଼ ହୋଇଗଲ

ବଡ଼ କରିଦେଲା ତୁମ ଗୁଣ,

ମୃତ୍ୟୁଞ୍ଜୟ ତୁମେ, ତୁମେ ମହାନ

ଶାଶ୍ଵତ ହେଉ ତୁମ ହସ

ଘେନ ନମସ୍କାର ହେ ମହାପୁରୁଷ।୩।

କୁନି ଗଛ........

 


Rate this content
Log in

Similar oriya poem from Children