STORYMIRROR

Rabindra kumar Sahoo

Abstract Inspirational Children

4  

Rabindra kumar Sahoo

Abstract Inspirational Children

ଜେଜେ ମା କାହାଣୀ

ଜେଜେ ମା କାହାଣୀ

2 mins
302

ନାତି ଓ ନାତୁଣୀ

ଶୁଣ ଶୁଣ ତବ ଜେଜେ ମା କାହାଣୀ

ଦେଶ ତ ବଦଳି ଗଲାଣି

ପରିବେଶ ବି ବଦଳି ଗଲାଣି

ନୀତି ନୈତିକତା ସଂସ୍କାର ସଂସ୍କୃତି

ସବୁତ ବଦଳି ଗଲାଣି

ହେଲେ ଜେଜେ ବାପା

ଜେଜେମା ଙ୍କ କାହାଣୀ

ଏବେ ବି ପୁରୁଣା ହୋଇନି ।


ଆମେ ଆମ ପରମ୍ପରା ଭୁଲି ଗଲୁଣି

ଡାଡି ମମି ସାଥେ ସହରୀ ଆମ ଚଳଣୀ

ଗାଁ ମା ଆଉ ପରିବାର ପରିବେଶ କୁ

ଆମେ ସବୁ ପାଶୋରି ଦେଲୁଣି

ଗୁରୁ ଗୁରୁଜନ ବନ୍ଧୁ ପରିଜନ

ସଭିଙ୍କୁ ପର କଲୁଣି

ତଥାପି ଆମେ ଓଡ଼ିଆ

ଆମ ହାଣ୍ଡିଶାଳ ଆମ ଗାଁ ଚାଳ

ଏ କଥା କ'ଣ ଆମେ ଭୁଲି ଗଲୁଣି

ଆମ ମା ହାତ ରନ୍ଧା ପିଠାପଣା

ଆମ ଯାନି ଯାତ୍ରା ଏବେ ବି

ଆମ କୁ କରେ ବାୟା ବାୟାଣୀ

ମନେ ପଡେ ଏବେ ବି

ଜେଜେ ମା ଙ୍କର

ଟୁଆଁ ଟୁଇଁ ର ସେ ମଜା କାହାଣୀ ।


ମଣ୍ଡାଖିଆ ଅସୁର

ବାଘ ମାମୁଁ ର ସେ କାହାଣୀ

ଜେଜେ ମା ଠାରୁ ଶୁଣି ଶୁଣି

ଗାଁ ମା କଥା ଜେଜେ ମା କଥା

ଏବେ ବି ଭୁଲି ହେଉନି

କେଡେ ସ୍ଵାର୍ଥପର ଏ ସହରୀ ଜୀବନ

ମନେ ଆମେ କଳି ପାରୁନି

ଜୀବନ ଜୀବିକା ଗାଁ ମା'ର ଭୂମିକା

ସେ କଥା ଆମେ ବର୍ଣ୍ଣି ପାରେନି

ନୀତି ନୈତିକତା ଆଦର୍ଶ ରେ ଭରା

ସେ ଆମ ଜେଜେ ମା ଙ୍କ କାହାଣୀ ।


ଯେତେ ଆଧୁନିକ ହେଲେ ବି ଆମେ

ଆମ ମଣ୍ଡା ଏଣ୍ଡୁରି ପୋଡ଼ପିଠା

ଅଟେ ଆମ ପରମ୍ପରା ଆମ ଚଳଣି

ପିଜା, ବର୍ଗର,ଚାଓମିନ୍,ମୋମୋ

ଯେତେ ବା ଯାହା ହେଲାଣି

ଚକୁଳି ଚିତ୍ତଉ ମଣ୍ଡା ଗଇଁଠା କୁ

କେବେ ସେ ବଳି ଯିବନି

ଆମେ ଓଡ଼ିଆ

କେବେ ଭୁଲିବାନି

ଆମ ପରମ୍ପରା ଆମ ଚଳଣି

ଭୁଲିବାନି କେବେ ଆମ ମାତୃଭାଷା

ଆମ ମାତୃଭୂମି ର କାହାଣୀ

ଆମ ପୂର୍ବ ଐତିହ୍ୟ ଆମ ପୂର୍ବ ଗୌରବ

ଭୁଲିବାନି ଆମ ଜେଜେ ବାପା

ଜେଜେ ମା ଙ୍କର

ଦେଶ ଭକ୍ତି ର କାହାଣୀ ।


ହେବା ପଛେ ଆମେ ପଛୁଆ

ହେବା ପଛେ ଆମେ ମିଛୁଆ

ଆମ ମାତୃଭୂମି ମାତୃଭାଷା କୁ

କେବେ ନିଲାମ୍ କରିବାନି

ମାଟି ମା ପାଇଁ ଜୀବନ ଦେବା

ଆମ ପୂର୍ବଜଙ୍କୁ କେବେ ଅପମାନ ଦେବାନି

ଶାନ୍ତି ମୈତ୍ରୀ ଏକତା ପାଇଁ

ଆମେ କେବେ ପଛ ଘୁଂଚା ଦେବାନି

ଚିର କାଳ ପାଇଁ

ବିଶ୍ଵ ଦରବାରେ କାଳ ଜୟୀ ହେଉ

ବିଶ୍ଵ ଶାନ୍ତି ମୈତ୍ରୀ ଏକତା ପାଇଁ

ଆମ ଜେଜେ ମା କାହାଣୀ ।


ନ ଥାଉ ମାନ ସମ୍ମାନ ନ ଥାଉ ଆମ ଧନ

ଶାନ୍ତି ମୈତ୍ରୀ ଅହିଂସା ପାଇଁ

ଏ ଭାରତ ମାଟି ହେଉଥାଉ ଧନ୍ୟ

ଅହିଂସା ପାଇଁ ଯୁଗେ ଯୁଗେ

ଏ ଦେଶ ହେଉ ଆମ ବିଶ୍ଵର ଜନନୀ

ଯୁଦ୍ଧ ବଦଳେ ଶାନ୍ତି ପ୍ରତିଷ୍ଠା

ହେଉ ଆମ ଜେଜେମା ଙ୍କ କାହାଣୀ

ଲୋଡା ନାହିଁ ଧନ ଲୋଡା ନାହିଁ ମାନ

ଲୋଡା ସବୁଜ ସୁନ୍ଦର ବିଶ୍ଵ ଜନନୀ

ଭାରତ ମାଟି ର ସନ୍ତାନ ଆମେ

ଶୈଶବରୁ ଶୁଣାଇଛି

ଆମ ଜେଜେ ମା

କେତେ କେତେ ଅଭୁଲା କାହାଣୀ

ମରିବୁ ପଛେ ଭୋକ ଉପାସରେ

କାହା ହୃଦୟେ ବ୍ୟଥା ଦେବାନି

ଏହି ଆମ ଶିକ୍ଷା ଏ ଆମ ସଂସ୍କୃତି

ଏ ଆମ ଜେଜେ ମା କାହାଣୀ

ଏ ଆମ ପରମ୍ପରା ଏ ଆମ ଚଳଣି

ଏ କଥା କୁ କେବେବି ଭୁଲିବାନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract