STORYMIRROR

Papu parida

Inspirational Others Children

3  

Papu parida

Inspirational Others Children

ଆମେରେ ବନ୍ଧୁ ବିପଦର

ଆମେରେ ବନ୍ଧୁ ବିପଦର

1 min
188

ଚାଲୁ ହାତରେ ହାତ ମିଶେଇ

ଆମେ ସ୍ୱାର୍ଥକୁ ଦେଇଛୁ ଜଳେଇ

ମିତରେ

ସେ ହେଉ ପଛେ ଅଜଣା 

ସବୁ ମଣିଷ ଭିତରେ ଗଣା

ପୋଛିଦେବୁ ଦୁଃଖୀ ମୁହୁଁ ଲୁହର ଧାର

ଆମେ ରେ ବନ୍ଧୁ ବିପଦର

ଆମେ ରେ ବନ୍ଧୁ ବିପଦର ।

ଆଙ୍ଗୁଳିରୁ ମୁଠା ଅଟେ ଆମ ଅନୁଷ୍ଠାନ

ଦେହେ କରି କଣା କଣା ବଞ୍ଚାଉ ଜୀବନ

ସାଜି କାହା ଭାଇ ପୁଣି ସାଜି କାହା ପୁଅ

ଦରଦୀ ବନ୍ଧୁଟେ ସାଜି ପୋଛୁ ଆଖି ଲୁହ ।

ମିତରେ

କାହା ପଢା ହେବ ନାହିଁ ବନ୍ଦ

ସବୁ ଶବ ପାଇବେ ରେ କାନ୍ଧ।

କେହି ଵୃଦ୍ଧ ରହିବେନି ଏବେ ବେଘର

ଆମେ ରେ ବନ୍ଧୁ ବିପଦର

ଆମେ ରେ ବନ୍ଧୁ ବିପଦର ।

ସାଜି କାହା ଆଶାବାଡି ସାଜି କାହା ଛାତ

ଥରୁ ଟେ ଧରିଛୁ ଯଦି ଛାଡ଼ିବୁନି ହାତ

ପ୍ରକୃତିରୁ ଜନ୍ମ ଆମେ ଦେବୁରେ ସୁରକ୍ଷା

ସେବା ଅଟେ ଶ୍ରେଷ୍ଠ ଧନ ଆମ ନୀତିଶିକ୍ଷା ।

ମିତରେ

ଆସ ଆସରେ ଭଉଣୀ ଭାଇ

ଥରେ ହାତରେ ହାତ ମିଶେଇ

ବାନ୍ଧିବା ନୁଆଁ ସମ୍ପର୍କ ମନୁଷ୍ୟତାର

ଆମେ ରେ ବନ୍ଧୁ ବିପଦର

ଆମେ ରେ ବନ୍ଧୁ ବିପଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational