STORYMIRROR

Papu parida

Classics Inspirational Others

3  

Papu parida

Classics Inspirational Others

ଭିନ୍ନ ଏକ ଚରିତ୍ର ସ୍ବେଚ୍ଛାସେବୀ

ଭିନ୍ନ ଏକ ଚରିତ୍ର ସ୍ବେଚ୍ଛାସେବୀ

2 mins
139


ସମାଜକୁ ସାମାଜିକତା, ମାନବକୁ ମାନବିକତା, ଜନମାନସରେ ସଚେତନତା ର ବାର୍ତ୍ତା ବାଣ୍ଟି ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ମାନବ ସେବାକୁ ମାଧବଙ୍କ ସେବା ମଣି ମାନବ ସେବାରେ ଜୀବନର ସାର୍ଥକତା ଖୋଜି ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଗ୍ରୀଷ୍ମର ଝାଞ୍ଜିକୁ, ଶୀତର କାକରକୁ, ବର୍ଷାର ବର୍ଷଣକୁ ନିଜ ସଂକଳ୍ପ ଆଗରେ ହରାଇ ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ନିଜ ଇଚ୍ଛାରେ ନିଜ ଇଚ୍ଛାକୁ ଦୂରେଇ ଅନ୍ୟର ଆଶାକୁ ସତ୍ୟତାର ରୂପ ଦେବା ଲାଗି ସଦା ଚେଷ୍ଟିତ ରହି ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଅନ୍ୟର ଖୁସିରେ ନିଜ ଖୁସି, ଅନ୍ୟର ସଫଳତାରେ ନିଜ ସଫଳତା, ଅନ୍ୟର ସନ୍ତୋଷରେ ନିଜ ସନ୍ତୋଷକୁ ସାଉଁଟି ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଅନ୍ୟର ଲୁହକୁ ନିଜର କରି ପ୍ରତିଟି ଦୁଃଖୀଙ୍କର ଲାଗି ଦରଦୀ ବନ୍ଧୁ ଟିଏ ସାଜି ପାରୁଥିବା 

ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଅର୍ଥର ଲାଳସା, ସ୍ୱାର୍ଥର ଆକଟ, ମନର ସଂକୀର୍ଣ୍ଣତାରୁ ବହୁ ଉର୍ଦ୍ଧ୍ବରେ ରହି ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ।


ଜାତୀୟ ଜୀବନର ପ୍ରତିଷ୍ଠା ଲାଗି ବ୍ୟକ୍ତିଗତ ଜୀବନକୁ ବାରମ୍ବାର ବଳିଦାନ ଦେଇ ପାରୁଥିବା

 ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଉପାନ୍ତ ଅନ୍ଧାର, ପାହାଡ଼ ପଥର, ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ସ୍ଥିତିରେ ସଭିଙ୍କ ସାଥିରେ ରହିପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ରକ୍ତ ଅଭାବରେ ନିସ୍ୱାର୍ଥ ମନୋଭାବ ସଙ୍ଗେ ରକ୍ତଦାନ ପୂର୍ବକ ରକ୍ତର ସମ୍ପର୍କ ବାନ୍ଧି ପାରୁଥିବା

ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ପ୍ରକୃତି ପ୍ରେମରେ ପ୍ରକୃତିପ୍ରେମୀ, ସଂସ୍କୃତି ପ୍ରେମରେ ସଂସ୍କୃତି ପ୍ରେମୀ, ସ୍ୱଚ୍ଛତାପ୍ରେମରେ ସ୍ୱଚ୍ଛତାପ୍ରେମୀ ଆଦି ନାନା ରୂପ ଧାରଣ କରିପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଅଶିକ୍ଷା ଅନ୍ଧାରରେ ପଥ ଭୁଲିଥିବା ଅବହେଳିତଙ୍କ ଜୀବନରେ ଜ୍ଞାନର ଆଲୋକ ଢାଳି ତାଙ୍କୁ ମୁଖ୍ୟସ୍ରୋତକୁ ଆଣି ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଥଟ୍ଟା ପରିହାସ, କୂଟନୀତି ଫାସ, ଅସହ୍ୟ ଆକ୍ରୋଶ ସଙ୍ଗେ ପ୍ରତୀକ୍ଷଣ ସଂଗ୍ରାମ କରି ସେବାକୁ ଜିତାଇ ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ବଣମଲ୍ଲି ମାନଙ୍କୁ ବଣରେ ଫୁଟି ବଣରେ ମରିଯିବା ପୂର୍ବରୁ ତା ପ୍ରତିଭାର ବାସ୍ନାକୁ ଜଗତ ଆଗରେ ମହକାଇ ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ସେବାର ମହତ୍ତ୍ୱ, ଦାନର ଭାବନା, ସାହାର୍ଯ୍ୟର ମୂଲ୍ୟବୋଧକୁ ପ୍ରତି ପ୍ରାଣରେ ସଞ୍ଚରିତ କରାଇ ପାରୁଥିବା ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ମାନବ ଜୀବନର ପ୍ରକୃତ ମୂଲ୍ୟବୋଧକୁ ନିଜ ଅନ୍ତରରୁ ଅନୁଭବ କରିପାରୁଥିବା

ଭିନ୍ନ ଏକ ଚରିତ୍ର 

ସ୍ବେଚ୍ଛାସେବୀ ।


ଶେଷ ପର୍ଯ୍ୟନ୍ତ ପଢିଥିବାରୁ ହୃଦୟରୁ ଧନ୍ୟବାଦ। ଦୟାକରି ଯଦି କବିତାଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏକ ସକାରତ୍ମକ ମତାମତ ଦେବା ହେବେ।


ଜୟ ଜଗନ୍ନାଥ



Rate this content
Log in

Similar oriya poem from Classics