STORYMIRROR

Papu parida

Drama Classics Others

3  

Papu parida

Drama Classics Others

ତୁମେ କିପରି ଜାଣିଲ ଲେଖାଟି

ତୁମେ କିପରି ଜାଣିଲ ଲେଖାଟି

1 min
151

 " ବିରୋଧ ଥିଲା 

ଘୃଣା ଥିଲା

ରାଗ ଥିଲା

କଟାକ୍ଷ ଥିଲା

ଯାହା ବି ଥିଲା

ତୁମେ କିପରି ଜାଣିଲ

ଯେ ଲେଖାଟି ତୁମ ପାଇଁ ଥିଲା

ପ୍ରକୃତ ରେ ମୋ ମନର 

ଅନାବନା ଭାବନାରେ ପ୍ରସ୍ଫୁଟିତ ଶବ୍ଦ ଗୁଡିକ ହିଁ

ମୋ ଲେଖାରେ ପ୍ରତିଫଳିତ ହୁଏ

କିନ୍ତୁ ତୁମେ କିପରି ଭାବିନେଲ

ଯେ ଲେଖାଟି ତୁମ ପାଇଁ ଥିଲା

ବୁଝିବାର ଇଚ୍ଛା ରଖୁଥିବା ଲୋକଙ୍କୁ ବୁଝେଇ ହୁଏ

ଯଦି ନ ବୁଝିବାର ସଂକଳ୍ପ ହିଁ ନେଇ ଆସିଛ

ତେବେ ଯାହା ବି ଥିଲା

ଲେଖାଟି ତୁମ ପାଇଁ ଥିଲା

ପ୍ରକୃତରେ ସତ କଣ ତାହା କେବଳ ମୁଁ ଜାଣିଛି ଆଉ ତୁମେ ବି

କାହାକୁ କହିବ ନାହିଁ

ସତ କହିବି ?

ପ୍ରକୃତରେ ଲେଖାଟି ତୁମ ପାଇଁ ହିଁ ଥିଲା " ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama