STORYMIRROR

Lalit kumar Swain

Drama Romance

4  

Lalit kumar Swain

Drama Romance

ପ୍ରେମର ଝଡ଼

ପ୍ରେମର ଝଡ଼

1 min
360

ବୈଶାଖେ କାଳ ବୈଶାଖୀ ସାଜିଲା କାଳ

ଧୋଇନେଲା ଆଖି ସ୍ବପ୍ନ, ଦୁଃଖ ମାଳ ମାଳ

ଲାସକଟା ଘର ପରି ଅଲୋଡ଼ା ଅଖୋଜା

ହିଂସା, ଅପମୃତୁ ପରେ ମୋ କବାଟ ଫିଟା।


ଫଗୁଣରେ ଫଗୁ ବୋଳିଥିଲି ଅଜାଣତେ

ଅବିର ରୁଧିର ପ୍ରାୟ ପ୍ରତୀୟ ଜଗତେ

ପାର୍ଥକ୍ୟ ଦର୍ଶାଇବାକୁ ସକ୍ଷମ ନୋହିଲ

ବର୍ଷେ ନ ପୁରୁଣୁ ଏକାକାର କରିଦେଲ।


ମୁଁ ସିନା ଗାଉଁଲି ବୋଲି ଧାଇଁ ଆସିଥିଲି

ଅଳ୍ପ ପାଠ ବୁଦ୍ଧି ଅଳ୍ପ, କିଛି ନ ବିଚାରି

ତମେତ ପାଠୁଆ ପିଲା, କାହିଁ ଆସୁଥିଲ

ମୁଁ ଛନ୍ଦି ହୋଇଛି, ଆଉ ତୁମେ ଫେରିଗଲ।


ପରିଚୟ ରଜନୀର, ମିଠା ମିଠା କଥା

ଧୋଇନେଲା ଶ୍ରାବଣର ଅତଡା ବରଷା

ଶୀତୁଆ ସକାଳ ପରି କଣ୍ଠ ଶୁଷ୍କ ମୋର

ଚର୍ମ ଆଉଁଶିଲେ ସ୍ନେହେ, ଟାଣିହୁଏ ଗାର।


ରୂପ କାଶତଣ୍ଡି ଭଳି ଥିଲା ମିଳନ ଶରତେ

ଆସ୍ତଗାମୀ ସୂର୍ଯ୍ୟ ରୂପ ଏବେ ଧରିଛ କେମନ୍ତେ

କହିବା ତ ଦୁରେ ଥାଉ, ଭାବକୁ ପ୍ରକାଶ

କରିବା ବି ହେଉଅଛି ଏବେ ଅଭିଶାପ ।


ଯେଉଁ କିଛି ଦିନ ସ୍ବପ୍ନ, ଧରି ବଞ୍ଚିଥିଲି

ଫଗୁଣରୁ ଫେରି ଥିବେ, ଆସୁଥାନ୍ତି ଚାଲି

ବସନ୍ତ ଧୀର ପବନ ସଜାଇଲ ଝଡ଼

ରହିଲ କିମ୍ପାଇଁ ଏଠି, ନେଲା ନାହିଁ ମୋଡ଼।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama