STORYMIRROR

Lalit kumar Swain

Tragedy Inspirational

3  

Lalit kumar Swain

Tragedy Inspirational

ଜୀବନ ଓ ଜୀବିକା

ଜୀବନ ଓ ଜୀବିକା

1 min
153

ଜୀବନ ହାଇ ମାରୁଛି

ଜୀବିକା ଜୀଇଁ ଥାଉ ମରୁଛି

ଜୀବନ ଶୈଳୀ କଥା କିଏ ପଚାରେ।

ମନେ ପଡେ ଭାଗବତ ବାଣୀ

ଭଵ, ଭୟ, ଧନ, ମୋହ,ସୃହୃଦ, ସେବା, ବନ୍ଧୁ ସ୍ନେହ

ସନ୍ତତି, ଜାୟା, ଜାତିକୁଳ ଏ ସର୍ଵ ଆପଦର ମୂଳ।

ବୋଧେ ଏ ବାଣୀ ଆଜିର ବାଣକୁ କାଟୁ କରୁନି।

ଜାଣି ଅଜଣା ଭଳି ନିଜର ଧ୍ୱଂସ ଲୀଳା

ଲେଖି ଚାଲିଛି ଏ ମଣିଷ।

ଜାତି କୁଳର କୌଳିକ ବୃତ୍ତି କୁ ଛାଡି

ଉନ୍ନତ ଜୀବନ ଶୈଳୀ ବଶରେ

ଜହ୍ନ ପଛରେ ବିଲୁଆ ଭଳି ଧଇଁସଇଁ ହୋଇ ଧାଇଁଛି।

ସମୟର ନିର୍ଣ୍ଣାୟକ ମୋଡ଼ ସର୍ବଦା ସ୍ୱାଗତଯୋଗ୍ୟ

ଜୀବନ ଶୈଳୀ ନୁହେଁ ଜୀବନ ପାଇଁ ଆଜି

ମାନବ ନିଜ ଜୀବିକାର ପରିବର୍ତ୍ତନ ଆଣିଛି।

ଅପ୍ରମିତ ଦୁଃଖଭାର ସହି, ସଂଘର୍ଷ କରୁଛି

ନିଜର ଜୀବନ ପାଇଁ।

ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ

ନ୍ୟାୟରେ ପରିବର୍ତ୍ତନ ନିହାତି ଜରୁରୀ।

ହେଲେ ମଣିଷତ୍ୱକୁ ବଳି ଦେଇ ନୁହେଁ।

ଆକାଶର ଅଗଣିତ ତାରକା ସାକ୍ଷୀ ଅଛି

ଜୀବନର ଜୀବିକା ଆଜି କେବଳ ସ୍ଥାଣୁ

ଅନ୍ଧ ଧୃଷ୍ଟରାଷ୍ଟ୍ର ଭଳି ନାଚାର, ବିବସ

 ଜୀବନ ପ୍ରେମରେ, ହଁ ରେ ହଁ ମିଶାଇ ଚାଲିଛି।

ଶେଷରେ ଜୀବନ ଶୈଳୀ, ସକେଇ କାନ୍ଦୁଛି

ନିଜ ଲୁହକୁ ଲୁଚେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy