STORYMIRROR

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ମୋ ଶିକ୍ଷା ହେଉ ମାତୃଭାଷାର

ମୋ ଶିକ୍ଷା ହେଉ ମାତୃଭାଷାର

1 min
21


କରିଛି ଅଲଗା ରାଇଜ ଉତ୍କଳ  ଭୂମିରୁ  ନିଜ,


ଉତ୍କଳର ଭୂଇଁ ପରା ସିହଂଭୂମୀ ଓଡିଆ ରାଜ !!


ଓଡ଼ିଆ ବହୁଳ କ୍ଷେତ୍ର ଓଡ଼ିଆ ଙ୍କ ଓଡ଼ିଆ କଥା


ଶିକ୍ଷାମାତୃଭାଷା ହେଉଅଛିଶୁନ୍ୟ ତାହାରିବ୍ୟଥା !!


ଥିଲୁ ଟି ବିହାରେ ଏବେ ଝାଡ଼ଖଣ୍ଡ ଭୂମି ବିଚ୍ଛିନ୍ନ


ମାତୃଭାଷା ଶିକ୍ଷା ନାହିଁ ଓଡିଆଙ୍କ ଦୁଃଖରେ ଦିନ !!


କରି ତୋଷମଦ ବିତୁ ଅଛି କାଳ ନଜର ନାହିଁ,


ଓଡ଼ିଆ ଙ୍କ ଚିନ୍ତା ନାହିଁ ଓଡ଼ିଶାର କହିବୁ କାହିଁ !!


ଶୁନ୍ୟ ମାତୃଭାଷା ଯନ୍ତ୍ରଣା ଅପାର ଦେଖିବ କିଏ,


କ୍ରନ୍ଦନର ରାବ ଶୁଭେ ଘନଘନ ବୁଝିବ ଯିଏ !!


ଭାଷା ଶିକ୍ଷାନାହିଁ ସନ୍ତାନେ ଆମର କିପରି ନୀତି,


ସମ୍ବିଧାନେ ହେଲା ନୂଆ ଶିକ୍ଷା ନୀତି ଶିକ୍ଷାର ଜ୍ୟୋତି !!


ମୋ ଶିକ୍ଷା ହେଉ ଟି ମାତୃଭାଷାର ଶିଶୁ କହୁଛି,


ବହି ଓଡ଼ିଆର ଆଣି ଦିଅ ତାକୁ ଜୋରେ କାନ୍ଦୁଛି !!


ଓଡ଼ିଆ ଶିକ୍ଷକ ଦିଅ ସ୍କୁଲକୁ ବାଳକ କୁହେ,


ଶିକ୍ଷା ରତ୍ନ ମିଳୁ ଓଡ଼ିଆ ଶିଶୁଙ୍କୁ ଓଡ଼ିଆ ଚାହେଁ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy