STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଦୀପ କହେ

ଦୀପ କହେ

1 min
24


ଦୀପଟିଏ ମୁଁ ଆଲୋକ ଦିଏ

   ନିଜକୁ ଜାଳି ଜାଳି,

ତ୍ୟାଗ ଉତ୍ସର୍ଗ ସମର୍ପଣର

   ମୁଁ ଏକ ଆଶାବରୀ‌।

ମାଟି ହେଉକି‌ ପଥର ହେଉ

   ହେଉ ପିତ୍ତଳ,ସୁନା,

ଯେଉଁ ଧାତୁରେ ଗଢ଼ା ହେଲେ ବି

  ଦୀପଟି ମୋର ନାଆଁ।

ଧର୍ମ ମୋହର ପରୋପକାର

  ତ୍ୟାଗ ମୋହର ବାର୍ତ୍ତା,

କର୍ମ ମୋହର ଜଗତ ସେବା

  ଗୁଣ ମୋ ମହାନତା‌।

କେବେ ମୁଁ ଥାଏ ଏନ୍ତୁଡିଶାଳେ 

  କେବେ ମଶାଣୀ‌ ଦ୍ଵାରେ,

କେବେ ମୁଁ ଥାଏ ଯଜ୍ଞ କାର୍ଯ୍ୟରେ

  କେବେ ଠାକୁରଘରେ।

କେବେ ଜନମ‌ ଦିନ ପାଳନ

  କେବେ ତ ବାହାଘରେ,

ମୋ ଉପସ୍ଥିତି‌ ସବୁ ଅଶୁଭ‌

  ନିମିଷେ ଦୂର କରେ।

ଦୀପ ସଳିତା‌ ହୋଇ ଜଳିବା

  ମୋ ପୁଣ୍ୟ ଫଳ ଏହି,

ଜ୍ଞାନର ଘିଅ ବିବେକ‌ ତୈଳ

  ମୋ ଜୀବ ଆତ୍ମା ସେହି।

ପ୍ରେମର ଦୀପ ଦେଉ ଆଲୋକ

   ଅଜ୍ଞାନ ଦୂର ହେଉ,

ଦେଶ ପ୍ରେମର ଅଖଣ୍ଡ ଦୀପ

   ହୃଦେ ପ୍ରକାଶୁଥାଉ‌।

କୁଳଦୀପଟି ହୁଅ ହେ ବାବୁ

   ହୁଅନା କୁଳାଙ୍ଗାର,

ତୁମ ଆଲୋକେ ଉଜ୍ଜ୍ୱଳ ହେଉ

    ଜଗତ ପରିବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy