STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମିଛ ମାୟା ଭରା

ମିଛ ମାୟା ଭରା

2 mins
212

ମିଛ ମାୟା ଭରା ଏ ସାରା ସଂସାର

କେହି ତ ନୁହେଁ କାହାର

ମିଛରର ଦୁନିଆଁ ମିଛ ଏ ସମ୍ପର୍କ

ମିଛ ଏ ବନ୍ଧୁତା ମିଛ ଏ ପରିବାର ।


ପିତା ମାତା ବନ୍ଧୁ ସଖା ସହୋଦର

ସବୁ ପରା ମିଛ ମାୟା ସମାହାର

ଦିନ ରାତ୍ରି ମିଛ ମିଛ ଏ ସାରା ସଂସାର

ମିଛର ସଂସାର ମିଛ ପାରାବାର

କେ ନୁହେଁ ଏଠି କାହାର

ଭାଇ ବନ୍ଧୁ ଅବା ସଖା ସହୋଦର

ମିଛ ମାୟା ଭରା ଏ ସାରା ସଂସାର ।


ସ୍ଵାର୍ଥ ଓ ଅର୍ଥ ରେ ଗଢା ଏ ଦୁନିଆଁ

ସବୁଠି ଖାଲି ପାପ କରେ 

ବିଜୟର ଚିତ୍କାର

ସତ୍ୟ ଆଉ ନ୍ୟାୟ ଆଜି ବନ୍ଦୀ

ସରଳ ନିଷ୍କପଟ ମଣିଷ ଗୁଡାକଙ୍କ

ବାସସ୍ଥଳୀ ଆଜି ବନ୍ଦୀ କାରାଗାର 

ମିଛ ମାୟା ଭରା ଏ ସାରା ସଂସାର ।


ପୁଣ୍ୟ ବୋଲି କିଛି

ଏ ମଣିଷ ବୁଝେନା

ସତ୍ୟ ନ୍ୟାୟକୁ ଏ ମଣିଷ ଜାଣେନା

ଜାଣୁଛି କେବଳ ପାର୍ଥୀବ ସମ୍ପତ୍ତିର

ଗୁଣକୁ ଚିହ୍ନୁନି ଆଜିର ଜ୍ଞାନୀ ଗୁଣୀ

ମୁଁ ମୁଁ ରେ ଅହଂକାର ଭରା ସଂସାର

ମିଛ ଦୁନିଆଁ ରେ ମିଛ ମାୟା ରେ

ଗଢା ଏ ସାରା ସଂସାର

ମିଛ ମାୟା ଭରା ଏ ସାରା ସଂସାର ।


ଦିନ ପରେ ରାତି ରାତି ପରେ ଦିନ

ଜ୍ଞାନ ଅଜ୍ଞାନ ରେ ଭରା ଏ ଜୀବନ

ମାୟା କୁହୁଡି ରେ ଭରା ଜୀବନ ସମ୍ପୂର୍ଣ୍ଣ

ନିଦ ହଜିଯାଏ ଭାବି ବେଦନା ର

ତ୍ୟାଗ ଓ ସେବାରେ ମନ ଥୟ କର

ଜୀବନ ଟା ଅଟେ ମରୁ ମରିଚୀକା

ଶାନ୍ତି ମୈତ୍ରୀ ରେ ନିଜ ମନୋନିବେଶ କର

ଆଜିର ଜୀବନ ନ ଥାଏ କାଲିକୁ

ମିଛ ସମ୍ପଦ ମୋହକୁ ତ୍ୟାଗ କର

କ୍ଷମତା ଲୋଭକୁ ତ୍ୟାଗ କର

କର୍ମ ହିଁ ଜୀବନ କର୍ମ ଶ୍ରେଷ୍ଠ ତୋର

କର୍ମ ଠୁ ଅଧିକ ନାଁ ଆନ ତୋର

ମିଛ ମାୟା ଭରା ଏ ସାରା ସଂସାର ।


ନ ରଖ ମନେ ଭେଦ ପର ଆପଣାର

ନୀତି ଆଦର୍ଶକୁ ଧରି ଜୀବନେ ଚଳ

ପ୍ରୀତି ବନ୍ଧନେ ସଭିଙ୍କୁ କର ନିଜର

ପର ସୁଖେ ସୁଖୀ ପର ଦୁଃଖେ ଦୁଃଖୀ ହୋଇ

ଜୀବନ ନଉକାର ମଙ୍ଗ ଧରି ଚଳ

ବସ୍ତୁବାଦୀ ହୋଇ ବ୍ୟକ୍ତିବାଦୀ ହୋଇ

ସ୍ଵାର୍ଥ ଅର୍ଥକୁ ଜୀବନୁ ପରିହର

ମିଛ ମାୟାରେ ଭରା ଏ ଜୀବନ ଏ ସଂସାର 

ସତ୍ କର୍ମ ସତ୍ୟ ନ୍ୟାୟ ପଥରେ 

ଯେତେ ପାର ସେତେ ଚଳ

ଆଜିର ଜୀବନ କାଲିକୁ ନାହିଁ

ନିଃଶ୍ବାସକୁ ଭାଇ ବିଶ୍ଵାସ ନାହିଁ

ମିଛ ମାୟା ଭରା ଏ ସାରା ସଂସାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract