STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ଡାକେ ଓଡ଼ିଆ

ଡାକେ ଓଡ଼ିଆ

2 mins
223


ଥାଇ ବିଚ୍ଛନ୍ନାଚଳ ଭୂମିରେ ଡାକେ ଓଡିଆ ଭାଇ,

କର ନିବାରଣ ଆମ ଦୁର୍ଦ୍ଦଶା, ଆଗେକୁ ଆସ ଭାଇ।

ପୃଥି ବିଦାରି ଉତ୍କଳର ଭାଇ ଉଠ ଉଠ ଚଞ୍ଚଳ,

ଏଠି ମାତୃଭାଷା ହୀନିମାନ ଦୂର କରହେ ଚଞ୍ଚଳ।

ଉଠ ଉତ୍କଳ ଛିଡୁ ଶୃଙ୍ଖଳ କର ସୁରକ୍ଷା ଭାଇ,

ଉଠୁ ଗତ ଗୌରବ ଆମ ବୈଭବ ଆମ ଭୂମିର ଭାଇ।


ମୟୂରଭଞ୍ଜ ଜିଲ୍ଲାଟି ଲାଗି ଅଛି ବିଚ୍ଛନ୍ନାଚଳ ବୁକେ,

ଏକ ହିଁ ସଂସ୍କୃତି ଏକହିଁ ଭାଷା ଫୁଲଝର ପରି ବୁକେ।

କୁହେ ସିଂଭୂମ, ନାହିଁ ମାତୃଭାଷା ଆମର ହିଁ ଶିକ୍ଷା ନାହିଁ

ଓଡ଼ିଆ ମୁଖେ ଶମଶାନ ବୁକେ ପ୍ରାଣ ସଙ୍କେତ ଯହିଁ।

ଉଠ ଓଡ଼ିଆ ଜାଗ ଉତ୍କଳ ଛିଡୁ ଶୃଙ୍ଖଳ ଆଜି

ଉଠୁ ଗତ ଗୌରବ ଆମ ବୈଭବ ମୃତ ଗୌରବ ରାଜି।


ଚିର ବନ୍ଦନୀ ଉତ୍କଳ ମାଆ ଗୌରବ ଭରି ଦିଅ,

ବୀର ଗୌରବ ସିଂଭୂମିର ଦମ୍ଭକୁ ଫେରେଇ ଦିଅ।

ଏଠି ଖରଖାଇ ନଦୀ, ଧାର ସୁବର୍ଣ୍ଣରେଖାର କୋଳେ,

ଅବସ୍ଥିତି ଏ ବିଚ୍ଛନ୍ନାଚଳ ଏହୁଟି ଥିଲା ଉତ୍କଳେ।

ଜାଗ ଉତ୍କଳ ଜାଗ ଓଡ଼ିଆ ଶିକ୍ଷା ମିଳୁ ଭାଇଙ୍କୁ

ମିଳୁ ଗତ ଗୌରବ ବନ୍ଧୁ ଗୌରବ ଶିକ୍ଷା ମିଳୁ ଭାଇଙ୍କୁ।


ବିଚ୍ଛନ୍ନାଚଳ, ଉତ୍କଳ ମାଟିକୁ ,ଦେଇଛ ଏଡି ଦିନେ,

ତାର ବୀର ପରାକ୍ରମେ,ଗୁଞ୍ଜୁ ଥିଲା ଏହୁ,ଉତ୍କଳ ଦିନେ।

କରେ ରୋଦନ, ଶିକ୍ଷା ବିହୁନେ କହେ ଆଜି ତାର କଥା,

ମାତୃଭାଷା ନାହିଁ ଶିକ୍ଷା ଭି ନାହିଁ ତଳ ହୋଇଅଛି ମଥା।

ଛିଡୁ ଶୃଙ୍ଖଳ ଦିଅହେ ଧ୍ୟାନ ମିଳୁ ଶିକ୍ଷାର ଜ୍ଞାନ,

ପୂର୍ବରସେ ଗୌରବ ଫେରୁହେ, ମିଳୁହେଏଠି ଭାଷାଜ୍ଞାନ।


ଖଣ୍ଡାରେ କୁଶଳ ଖଣ୍ଡାୟତଙ୍କ ଗୁଞ୍ଜୁ ଥିଲା ବାନା,

ଛଉନୁତ୍ୟ ଯାର ଜଗତେ ବିକ୍ଷ୍ୟାତ ଶୁଭେରେ ବାନା

ହଜିଗଲା ସବୁ କାଳର କୋଳରେ ହୁଏ ଆଜି ହୀନିମାନ

ହେଲା ମାତୃଭାଷା ଆମର, ବିଚ୍ଛନ୍ନାଚଳରେ ଶୁନ୍ୟ।

ଜାଗ ଉତ୍କଳ ଜାଗୁ ଓଡ଼ିଆ ଜାଗ ବିଚ୍ଛିନ୍ନ ଭାଇ,

ମିଳୁ ସେ ଗୌରବ ଶିକ୍ଷା ବୈଭବ ପୂର୍ଣ୍ଣ କରି ଦିଅ ଭାଇ।


ମନେ କର କଥା ଆଗର ସେ କଥା ସଙ୍ଗେ ଥିବାର କଥା,

ଥିଲିଟି ସିଂଭୂମି ଉତ୍କଳର ସଙ୍ଗେ ବୀର ଭୂମିରସେ ମଥା।

କାଳର କବଳେ ଛେଉଣ୍ଡ କରିଲ ଚିନ୍ତା କର ସେହି କଥା,

ଅନ୍ୟରାଜ୍ୟେ ଦେଲ ଅଭାଗା କରିଲ ରହିଅଛି ସେହୁକଥା।

ଉଠ ଉତ୍କଳ ଚିହ୍ନ ବନ୍ଧୁ ହେ ଛିଡୁ ଶୃଙ୍ଖଳ ଆଜି,

ହେଉ ଆମ ଗୌରବ ମିଳୁ ବୈଭବ ମୃତ ଗୌରବ ରାଜି।


ତବ ବଳୁ ଆଜି ଭାଷା ବହି ମିଳୁ ହୀନ ମୁଖେ ଫୁଟୁ ହସ,

ଭାଷା ଶିକ୍ଷକ ତବ ବଳେ ମିଳୁ ଜାଗୁ ମନେ ଆସ।

ମାତୃଭାଷା ଶିକ୍ଷା ଓଡ଼ିଆ ହେଉ କରହେ ବିଚ୍ଛିନ୍ନ ଜନ,

କୋଡ଼ିଏ ଲକ୍ଷ୍ୟରୁ ବେଶି ଓଡ଼ିଆ ପାଉ ଭାଷା ଜ୍ଞାନ।

ଉଠ ଉତ୍କଳ ବନ୍ଧୁ ଧ୍ୟାନ ଦିଅହେ ଜାଗ ବନ୍ଧୁ ମୋ ଆଜି,

ହୀନିମାନ ଭାଇଙ୍କୁ ଶିକ୍ଷା ଓଡ଼ିଆ ଦିଅ ଭାଗ୍ୟରେ ସାଜି।


ବେଳନାହିଁ ବେଳ ନାହିଁ ଭାଇମୋ କରହେ ପ୍ରତିକାର,

ବିଚ୍ଛନ୍ନାଚଳେ ଧ୍ୟାନ ଦେଇଣ ବ୍ୟଥା ଆମ ଦୂର କର।

ଗୁଞ୍ଜି ଉଠୁ ମାତୃଭାଷା ଆମର ବିଚ୍ଛନ୍ନାଚଳ ଭୂମିରେ

ଡାକେଟି ବିଚ୍ଛନ୍ନାଚଳ ନିତ୍ୟେ ହୋଇ ମନ କାତରେ

ଜାଗ ଉତ୍କଳ ବନ୍ଧୁ ନିମନ୍ତେ ଜାଗ ଓଡ଼ିଆ ଭାଇ,

ମିଳୁ ପୂର୍ବ ଗୌରବ ପୂର୍ବ ବୈଭବ ଦିଅ ଧ୍ୟାନହେ ଭାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract