କଳଙ୍କିତ
କଳଙ୍କିତ
ପରିବେଶ ଆଜି ପ୍ରଦୂଷିତ
ପରିବାର ଏବେ ଖଣ୍ଡ ବିଖଣ୍ଡିତ
ସମାଜ ଆମର ହୁଏ ଅଧ ପତିତ
ମନ ଓ ଆତ୍ମା
ଆମ ସଭିଙ୍କର ଆଜି କଳଙ୍କିତ ।
ସଂସ୍କାର ସଂସ୍କୃତି ହୁଏ ଭୂଲୁଣ୍ଠିତ
ଧନ ଜନ ଯୌବନ ମୋହରେ ପଡି
ଅଧୁନା ମଣିଷ ସାଜିଛି ଅନ୍ଧ ଧୃତରାଷ୍ଟ୍ର
ଶାନ୍ତି ମୈତ୍ରୀ ଶୃଙ୍ଖଳା ସମାଜୁ
ହେଲାଣି ନଷ୍ଟ ଭ୍ରଷ୍ଟ
ଲୋଭ ମୋହ ମାୟାରେ ପଡି
ସମ୍ପର୍କ ଭୁଲନ୍ତି ପିତା ପୁତ୍ର
ପରିବାର ଠାରୁ ପରିବେଶ
ପରିବେଶ ଠାରୁ ଏ ସମଗ୍ର ବିଶ୍ଵ
ହୋଇଛି ଆଜି
ବିକାଶ ଓ ଆଧୁନିତା ନାମେ କଳଙ୍କିତ ।
ଗାଁ ଲାଗେ ଏବେ ଖାଁ ଖାଁ
କେ ନୁହଁନ୍ତି ପୁଣି କାହା ସାହା
ସହରୀକରଣ ଆଧୁନିକୀକରଣରେ
ଅଣ ନିଃଶ୍ବାସୀ ଆମ ଗାଁ ମାଆ
ପଡିଶା ଲୋକୁ ପଡିଶା ଚାହେଁନି
ଏହି ପରା ଆମ ଆତ୍ମସମ୍ମାନ
ଆମ ଆତ୍ମ ବଡିମାର ଅନ୍ୟ ନାଁ
ଏ ଆମ ଶିକ୍ଷା ଏ ସଭ୍ୟତାର ମାପକାଠି
ଆମ ସ୍ବାଭିମାନ ଆମ ମଣିଷ ପଣିଆ
ସମାଜେ ସଂସ୍କାରୀ ବୋଲି
ପାଉ ପୁଣି ଆମେ ବାଃ ବାଃ
ସଭିଏଁ ଦେଖନ୍ତି ସଭିଙ୍କ ସ୍ଵାର୍ଥ
ସମସ୍ତେ ହେବାକୁ ଚାହାଁନ୍ତି ପାଶ୍ଚାତ୍ୟ
ବୁଦ୍ଧି ବିବେକ ଆଧୁନିକ ମଣିଷର
ହେଉଛି ପରାହତ
ସତ୍ୟ ନ୍ୟାୟ ଆଜି ପରାଜିତ
ଭୋଗବାଦୀଙ୍କ ପାଶେ ତ୍ୟାଗୀ
ହୁଅନ୍ତି ପରାସ୍ତ
ଆମ ସମାଜ ଆମ ସାମାଜିକ ବ୍ୟବସ୍ଥା
କଳଙ୍କିତ ଆଜି କଳଙ୍କିତ ।
ବୁଦ୍ଧିଜୀବି ସାଜନ୍ତି ନୀରବଦ୍ରଷ୍ଟା
ଦେବ ଦୁର୍ଲ୍ଲଭ ମଣିଷ ଗୁଡାକ
ଦେଖାନ୍ତି ଏ ଅସୁର ସମାଜେ
ତାଙ୍କ ମାନଙ୍କ ର ଅପାରଗତା
କି ଦେବ କି ମାନବ ସଭିଙ୍କୁ
କବଳିତ କରୁଛି ଲୋଭର ଦାନବ
ଶାନ୍ତି ବଦଳେ ମଣିଷ ଚାହୁଁଛି ଯୁଦ୍ଧ
ଅଧିକାଂଶ ମାନବଙ୍କ
ହୃଦୟ ଓ ମନ ହୋଇଛି ଅଶୁଦ୍ଧ
ପାପ ପଙ୍କରେ ଘାଣ୍ଟି ହେଉଛି
ଆଜିର ମଣିଷ ହୋଇ ସଭ୍ୟ ଶିକ୍ଷିତ
ହେଲେ ସେ ଶିକ୍ଷା ସେ ସଂସ୍କୃତି
ମନୁଷ୍ୟକୁ କରାଏ ଯନ୍ତ୍ର ଚାଳିତ
ଯନ୍ତ୍ର ମଣିଷର ହୋଇ
ବୁଦ୍ଧି, ବିବେକ ଓ ହୃଦୟ ହୀନ
ସମଗ୍ର ବିଶ୍ଵ ସମାଜକୁ
କରୁଛି କଳଙ୍କିତ ଆଜି କଳଙ୍କିତ ।
ମହିଳା ହେଉଛନ୍ତି ସଶକ୍ତ
ସେହି ସଶକ୍ତିକରଣ ଆଇନ ବଳରେ
ପୁରୁଷକୁ ମିଥ୍ୟା ଅପରାଧେ କରନ୍ତି ଦଣ୍ଡିତ
ବିଚରା ପୁରୁଷ ଭାଗ୍ୟକୁ ଆଦରି
ଖଳ ପ୍ରକୃତିର ମହିଳାଙ୍କ ଦ୍ଵାରା
ହେଉଥାଏ ଖାଲି ନିର୍ଯ୍ୟାତିତ
ପୋଲିସ, ପ୍ରଶାସନ,ଆଇନ୍ କାନୁନ୍
ସଭିଏଁ ନୀରବେ କୁହନ୍ତି
ଆମ ବ୍ୟବସ୍ଥା ଦିନୁଁ ଦିନ ହେଉଛି କଳଙ୍କିତ
ନୀୟମର ସଦୁପଯୋଗ ବଦଳେ
ତା'ର ଦୁରୁପଯୋଗ ସଭିଙ୍କୁ କରୁଛି ମର୍ମାହତ
ନାରୀ ହିଁ ନାରୀର ଶତ୍ରୁ ସାଜି
ଝିଅ ବୋହୂଙ୍କୁ କରନ୍ତି ନିର୍ଯ୍ୟାତିତ
କୁବୁଦ୍ଧିରେ ଆଜିର ଉଭୟେ
ନାରୀ ଓ ପୁରୁଷ ହୁଅନ୍ତି ପରିଚାଳିତ
କନ୍ୟା ଭୃଣ ହତ୍ୟା କରି
ମାତୃ ଜାତିକୁ କରନ୍ତି ନିନ୍ଦିତ ଅପମାନିତ
ଆମେ କେତେ କୃତଘ୍ନ
ଆମ ପରିବାର, ପରିବେଶ
ଆମ ପ୍ରକୃତି ମାତାକୁ
ଆମ ସ୍ଵାର୍ଥ ଓ କ୍ଷଣିକ ସୁଖ ପାଇଁ
କରୁ ଅଛେ ଆମେ କଳଙ୍କିତ
କରୁଛେ ଆମେ କଳଙ୍କିତ ।