STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଫୁଟପାଥ୍

ଫୁଟପାଥ୍

2 mins
147

କିଏ କହେ ତୋତେ ଫୁଟପାଥ୍

ତ ଆଉ କିଏ କହେ ପାଦଚଲା ରାସ୍ତା

ଭାଷା ଓ ଭାବର ଭେଦରେ ସହର ବଜାର

ଜନପଦରେ ବଦଳି ଯାଏ ତୋର ନାଁ

କିଏ ତୋତେ ଡାକେ କେତେ ପ୍ରକାରେ ।

ହେଲେ ତୁ ସେମିତି ଥାଉ ନିର୍ବିକାର

ପଡିଥାଉ ଚିନ୍ତାଶୂନ୍ଯ ହୋଇ

କାହାରି କଥାରେ ବା ତୋର

କଣ ଦେବାନେବାର ଥାଏ

ପୌରପାଳିକାର ଦେଖାରେଖାରେ

ତୁ କେବେ ଚକାଚକ୍ ଦିଶୁ

ରୂପବତୀ ପାଟରାଣୀ ପରି ତ

କେବେ ଖଣ୍ଡିଆ ଦଦରା ରୂପହରା ।

ତୋରି କୋଳରେ କେବେ କେବେ

ଅଙ୍କୁରିତ ହୁଏ ଜୀବନ

ବିଳାସୀ ମଣିଷର ଅୟାସୀ ଜୀବନ ଶୈଳୀରୁ

ଅବା କେଉଁ ଅମାନବୀୟ କାଣ୍ଡରୁ

ଅବା କେଉଁ ବିବଶତାରୁ

ସେ ଜୀବନ ବଢ଼ି ଚାଲେ

ସମୟ ସହ ତାଳ ଦେଇ

ଅପରିତ୍ୟକ୍ତ ଦ୍ରବ୍ୟ ଉଠାଇ

ଭିକମାଗି ଅବା ପକେଟ୍ ମାରୁ କରି

ଅବା ମେହନତ କରି

କାଳର କରାଳ ଗତିରେ

ସେ ହୁଏ ଦାଦନ ଶ୍ରମିକ ରିକ୍ସାବାଲା

କୁଜିନେତା ଅବା ଅନ୍ଧାରୀ ଗଳିର ମାଫିଆ

କିମ୍ବା ବଦନାମ କୋଠିର

ନାଚବାଲି ରୂପଜୀବି ଉସମାନ୍ ବାଈ

ପାଠଶାଠ ପଢି ହାକିମ ହେବାରେ

କାହାକୁ ବି ମନା ନାହିଁ

ତୋ କୋଳରେ ପ୍ରେମ ପ୍ରଣୟ

ପ୍ରତାରଣା ମିଳନ ବିଚ୍ଛେଦ

ସଂଘର୍ଷ ସଂପ୍ରତୀ ଜୀବନ ମରଣ

ସବୁ ରଙ୍ଗୀନ୍ ରଙ୍ଗମୟ

ତାହା ପୁଣି ଢେର୍ ଶସ୍ତାରେ

ସେଇଥିପାଇଁ ତ ତୋ ପାଖରେ

ଜମିଛି ଭୀଡ଼ ରଙ୍କୁଣା ମଣିଷଙ୍କର

ଯୁଗ ଯୁଗ ଧରି ତୁ ପଡିରହିଛୁ

ପୂର୍ବପରି କାଳ କାଳ ଧରି

ଲେଖା ଚାଲିଛି ତୋ କାହାଣୀ

ଏ ମାନବ ସମାଜ ଯେତେ ଯେତେ

ସଭ୍ୟ ଶିକ୍ଷିତ ଉନ୍ନତ ଭୌତିକ ହେଉଥିବ

ତୋ କୋଳ ସେତେ ପୁରି ଉଠୁଥିବ

ଲୋକ ଯିବେ ଲୋକ ଆସିବେ

ସୂର୍ଯ୍ୟ ଚନ୍ଦ୍ର ଉଇଁବେ ଅସ୍ତ ଯିବେ

ବାର ବାର ଋତୁ ବଦଳିବେ

ଯାହା ଖାଲି ଏଇ ଖୋଲା ଆକାଶ

ସାକ୍ଷୀ ରହିଥିବ ତୋ ପାପ ପୂଣ୍ୟର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy