STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ମଧୁବାବୁ ତୁମେ ଆଉ ଥରେ ଆସିବକି?

ମଧୁବାବୁ ତୁମେ ଆଉ ଥରେ ଆସିବକି?

2 mins
206


ମଧୁବାବୁ ତୁମେ 

ଆଉଥରେ ଆସିବ କି,

ତୁମ ଉତ୍କଳର ଅକୁହା ବେଦନା

ମନଭରି ବୁଝିବ କି?

ବାର୍ଦ୍ଧକ୍ଯେ ପୀଡ଼ିତା ଉତ୍କଳ ଜନନୀ

ନେତ୍ର ଭରି ଦେଖିବକି?

ମଧୁବାବୁ ତୁମେ........

(ମାଆ ମାଆ ବୋଲି କେତେ ମୁଁ ଡାକିଲି ମାଆକୁ ପାଇଲି ନାହିଁ,

ଭାଇ ଭାଇ ବୋଲି ଯେତେ ମୁଁ ଖୋଜିଲି ନ ଦେଲେ ଉତ୍ତର କେହି) 

ଆପଣାର ବୋଲି କାହାକୁ ଦେଖୁନି

   ସର୍ବେ ଏଠି କିଣା ବିକା,

ସମ୍ପର୍କର ମାନେ କିଏ ବା ବୁଝୁଛି

   ରଡ଼ି ଶୁଭେ ଟଙ୍କା ଟଙ୍କା।

ସ୍ଵାର୍ଥଟି ସାରଥୀ ବିକ୍ରୀ ହୁଏ ମାଟି

   ତାକୁ କିଛି କିଣିବ କି ? 

ମଧୁବାବୁ ତୁମେ ଆଉ ଥରେ ।

(ଜାତି ନନ୍ଦିଘୋଷ ଚଳିବ କି ଭାଇ

ସ୍ଵାର୍ଥକୁ ସାରଥୀ କଲେ,ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁଖେ ବନ୍ଧା ଥିଲେ ?)

କେମିତି ଗଡିବ ଜାତି ନନ୍ଦିଘୋଷ

  ସେ ଭଳି ସାରଥୀ କାହିଁ,

ମଧୁ ବାରିଷ୍ଟର ଆଉ କେହୋଇବ

  ଦରିଦ୍ରର ସ୍ଵାର୍ଥ ପାଇଁ। 

ଉତ୍କଳ ଟ୍ୟାନେରୀ ବିକ୍ରୀ ପଛେ ହେଉ

  ଦୁଃଖୀ ଓଠେ ହସ ଫୁଟୁ,

ଆଉ ବିକ ନାହିଁ ପାଏ ମାତ୍ର କ୍ଷୀର

  ଗରୀବ ଛୁଆଟି ବଞ୍ଚୁ।

ତୁମ ଭଳି ପୁଅ ପାଇବ କି ଆଉ

   ତୁମ ଏ ଉତ୍କଳ ମାଟି,

ମଧୁବାବୁ ତୁମେ ଆଉଥରେ ।

(ସେ କାହୁଁ କରିବ ଦେଶର ଉନ୍ନତି

   ସ୍ଵାର୍ଥେ ଭରା ଯାର ମନ,

ଶାଗୁଣା ବିଲୁଆ ଚିକିତ୍ସକ ହେଲେ

   ରୋଗୀ କି ପାଇବ ପ୍ରାଣ ?

ଚାରିଆଡ଼େ ଖାଲି ଟଙ୍କା,ଟଙ୍କା

  ଏଠି ଟଙ୍କା କରେ କିଣା ବିକା,

ଲକ୍ଷେ ଲକ୍ଷେ ଯିଏ ଦରମା ପାଉଛି

  ଖୋଜୁଛି ବି କିଳାପୋତା।

ଶାସକ ସାଜୁଛି ଭକ୍ଷକ ଯେ ଏଠି

  ଚିକିତ୍ସକ ପ୍ରାଣ ନିଏ,

ବାଡ଼ ଯଦି ଏଠି ଫସଲ ଖାଇବ

   ସୁରକ୍ଷାଟି ଦେବ କିଏ?

ଆଇନ୍ ଆଖିରୁ ଅନ୍ଧପୁଟୁଳିଟି

 ଖୋଲି ଦେଇ ପାରିବ କି ?

ମଧୁବାବୁ ତୁମେ ଆଉ ।

ଭେଟ ଯଦି ଥରେ ଉତ୍କଳମଣିଙ୍କୁ

 ଏହି କଥା କହିବ କି,

ନୀଳକଣ୍ଠ,ହରିହର, ସୁଭାଷଙ୍କୁ

  ଡାକି ଥରେ ଆଣିବ କି ?

କେମିତି ଚାଲିଛି ଗଣତନ୍ତ୍ର ଏଠି

  ତାକୁ ଥରେ ବୁଝିବ କି ?

ମଧୁବାବୁ ତୁମେ ଆଉ ।

(ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ.......)

(ବରଂ),ମିଶୁ ଦେଶ ପାଣ୍ଠି

      ମୋହରି ପାଣ୍ଠିରେ,

ମୁଁ ଚାଲେ ଦେଶବାସୀଙ୍କ ପିଠିରେ।

ଦେଶର ଉନ୍ନତି ହେଉ କି ନ ହେଉ

ଧନରେ ମୋ ଘର ପୁରି ହସୁଥାଉ,

  ଏହିତ ଆମ ନ୍ୟାୟଟି,

ମଧୁବାବୁ ତୁମେ ଆଉ ।

ତଥାପି ମୋ ମାଆ ଉତ୍କଳ ଜନନୀ,

ଶସ୍ୟ ଶ୍ଯାମଳା ବୀର ପ୍ରସବିନୀ,

ତୁମ ଭଳି ପୁଅ ଜନ୍ମ ଦେଇଛି

 ୟାକୁ କିଏ ଭୁଲିବ କି?

ମଧୁବାବୁ ତୁମେ ଆଉ ଥରେ ଆସିବକି? ତୁମ ପରି ଛୋଟ ପିଲାଟିଏରୁ ହେ ବାରିଷ୍ଟର ହୋଇବକି? ମଧୁବାବୁ ତୁମେ ଆଉଥରେ ଆସିବ କି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy