STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

"ଜୀବନ ର ମୋଡ"

"ଜୀବନ ର ମୋଡ"

2 mins
127

  ନା ତୁମେ ବୁଝିଛ

     ନା ମୁଁ ବୁଝିଛି 

   ଏ ଜୀବନର ମୋଡ ?


   କେବେ ପ୍ରେମ

    କେବେ ପ୍ରତାରଣା

  କେବେ ଯୁକ୍ତ

    କେବେ ବିଯୁକ୍ତ କୁ ନେଇ

   ଏ ଜୀବନ ର ଅବଧାରଣା

   ବଦଳୁଥିବା ସମୟ ସହ

     ସମ୍ପର୍କ ର ମୂଲ୍ୟ ବୋଧ

   ନା ମୁଁ ବୁଝିଛି ନା ତୁମେ ବୁଝିଛ

    ଏ ମାୟା ସଂସାରେ

     ମାୟା କୁହୁଡି ର ଜୀବନ ର ମୋଡ ?


    କେବେ ମୁଁ ପଢିଛି

      କେବେ ତୁମେ ପଢିଛ

     ପ୍ରିୟା ଓଠର ହସ

    କେବେ ତୁମେ କାନ୍ଦିଛ

    କେବେ ମୁଁ କାନ୍ଦିଛି

    ପ୍ରେମ ରେ ଧୋକା ପାଇ

     ହୋଇଛେ ସରବେ ବିବଶ

    କେବେ ବିରହର ଯନ୍ତ୍ରଣା

   ପୁଣି କେବେ ମିଳନର ଉଲ୍ଲାସ

    ହୋଇ ଆମେ ସବୁ ମତୁଆଲା

   ମନ ଓ ହୃଦୟ ହୋଇଛି ଆମ 

    ମଦ ମତ୍ତ ହୋଇଛି ଆମ 

      ବିବେକ ର ବିକାଶ

     ସବୁଠି ମନ ଓ ଆତ୍ମାର ଦ୍ଵନ୍ଦ୍ଵ ଯୁଦ୍ଧ

    ବିକାଶ ଓ ବିନାଶ ମଧ୍ୟେ

    କେବେ କେବେ ବଦଳିଯାଏ

      ଆମ ଏ ଜୀବନ ର ମୋଡ ।


      ପ୍ରେମ ଏକ ଅନୁଭୁତି

       ପ୍ରେମ ଏକ ପ୍ରତିଶ୍ରୁତି

      ପ୍ରେମ ଏକ ପ୍ରତାରଣା

     ପ୍ରେମ ଏକ ଜୀବନ ଶୈଳୀ ର ଅବତାରଣା

     ପ୍ରେମ ପାଇଁ ସବୁଠି ଭିଡ

      ପ୍ରେମ ପାଇଁ ଜୀବନେ ଦେଖାଦିଏ ଦ୍ଵନ୍ଦ୍ଵ ଯୁଦ୍ଧ

      ଜୀବନ ର ଅନ୍ୟ ନାମ ପ୍ରେମ

     ପ୍ରେମ ଏକ ଭ୍ରମ

      ପ୍ରେମ ଏକ ମହା ଝଡ

      ଜୀବନ ଜୀବିକା ପାଇଁ

      ପ୍ରେମ ବଦଳାଇ ଦିଏ

       ଜୀବନର ମୋଡ ।


     ନା ତୁ ବୁଝିଛୁ ନା ମୁଁ ବୁଝିଛି

      ସଂଜ୍ଞା ଏ ଜୀବନ ର

    ନା ତୁ ଜାଣିଛୁ ନା ମୁଁ ଜାଣିଛି

      କେତେ ମହାନ୍ ଏ ସଂସାର

    ସବୁ ଖାଲି ମାୟା ସବୁ ଏ ପରିଧିର

    କିଏ ଜାଣେ କିଏ ବୁଝେ

      କ'ଣ ମାନ ଏ ଜୀବନ ର

    ମଣିଷ ପଣିଆ ମାନବିକତା

      କେ ବୁଝିଛି ମୂଲ୍ୟ ତା'ର

    ମାୟା କୁହୁଡି ରେ ପହଁରି ପହଁରି

      ନା ଦେଖିଛେ କେ ଆମ ମଧ୍ୟୁ

      ଭୟାବହତା ଉତ୍ତାଳ ତରଙ୍ଗ ର

    ନା କେ ଜାଣିଛି

    କେବେ ବଦଳି ପାରେ 

     ଏ ସଂସାରୀ ମାନଙ୍କ ଜୀବନର ମୋଡ ?


    ପ୍ରତି ମୁହୂର୍ତ୍ତେ ପ୍ରତି ପଦେ ପଦେ

     ଏଠି ଖାଲି ବିପଦ ହିଁ ବିପଦ

    ଜନ୍ମ ଓ ମୃତ୍ୟୁ ମଧ୍ୟେ

    ଏ ସଂସାରେ କେବଳ 

     ନିର୍ମିତ ହୁଏ ସମାଧି ଓ ସୌଧ

    କର୍ମର ସୌଧ ଧର୍ମ ର ସୌଧ

    ମଣିଷ ଜୀବନ ଟା ପାଣି ଫୋଟକା ଠୁ ହୀନ

    ତଥାପି ମଣିଷ ରଚେ ଭେଦ

       ପର ଆପଣାର 

    ବୁଝେନା ସେ ସୁଦିନ ଓ ଦୁର୍ଦ୍ଦିନ

     ସୁଖ ଦୁଃଖ ମଧ୍ୟେ କଟେ ଆମ ଏ ଜୀବନ

  ତଥାପି ମଣିଷ ବୁଝେନା ଏ ଜୀବନରମୂଲ୍ୟବୋଧ

     ନା ତୁ ବୁଝିଛୁ ନା ମୁଁ ବୁଝିଛି

     ଏ ଜୀବନର କେବେ ବଦଳି ଯିବ ମୋଡ ?


  


   

       

       

      

       



Rate this content
Log in

Similar oriya poem from Abstract