STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ଅନ୍ନଦାତା

ଅନ୍ନଦାତା

2 mins
164


କୃଷକ ଭାଇରେ କୃଷକ ଭାଇ

କହ ତ ଥରେ ବୁଝି ବିଚାରି

ନାର୍ଯ୍ୟ ପ୍ରାପ୍ଯ ପାଇବା ପାଇଁ

ତୁ ମୁହଁ ତୋର ଖୋଲିଲୁ କାହିଁ??

ତୁ' ଅନ୍ନଦାତା କି ନୁହଁ ବାସ୍ତବରେ

ତାହାକୁ ନେଇ ଆଜିକାଲି ଚାଲିଛି

ବାକବିତଣ୍ଡା ବିଦେଶୀ ବିଶ୍ୱବିଦ୍ୟାଳୟରୁ

ଉଚ୍ଚ ଶିକ୍ଷା ପ୍ରାପ୍ତ ବୁଦ୍ଧିଜୀବୀ ମହଲରେ

ବିଚକ୍ଷଣ ମସ୍ତିଷ୍କରେ ବାଢନ୍ତି ଯେ' ଯୁକ୍ତି

ସେସବୁ ଢୁକିବନି ତୋ ସରଳ ମଗଜରେ!!

ତୁ' ତ ବେଶ୍ ସୁଖୀ ଥିଲୁ ତେଲଲୁଣର

ଚିର ଅଭାବୀ ତୋ'ର ଛୋଟିଆ ସଂସାରରେ

ଲଙ୍କା ମରିଚ ପିଆଜ ପଖାଳ ଭାତରେ

ହଳ ଲଙ୍ଗଳ ମଇ ଦାଆ ଦାଇଲି କୋଡ଼ି

କୋଦାଳ ଜୁଆଳି କ୍ଷେତ ଖତ ସାର ପାଣି

ଖଳା ବେଙ୍ଗଳା ଅଖା ଅମାରର ଦୁନିଆରେ

କିଏ ବା ଦେଲା ଦୁର୍ବୁଦ୍ଧି ଖୋଲିବାକୁ ମୁହଁ ତୋର

କି ଲାଭ ପାଇଲୁ କହ ଭଲା ଓଗାଳି ଅନ୍ତରର ବ୍ଯଥା

କିଏ ବା ଶୁଣିବ ଏଠି ତୋ'ର କଥା??

ଭାବ ପ୍ରବଣତାର ଜୁଆରରେ

ଭାସିଯାଇ ବଖାଣିଲୁ ତୁ ଯେଉଁ

ନଗ୍ନ ଚିତ୍ର ଅବହେଳା ପ୍ରତାରଣାର

ସେଥିପାଇଁ କାଳେ ଥରହର

ଛଦ୍ମ ରାଷ୍ଟ୍ରବାଦୀ ଏକଛତ୍ରବାଦୀ

ଏଇ ସର୍ବାଧିକ ଲୋକପ୍ରିୟ ସରକାର

ତୁ କଣ କିଛି ଦିନ ତୋ ତୁଣ୍ଡରେ ତୁଣ୍ଡି

ବାନ୍ଧି ଦେଇଥିଲେ ହୋଇ ନଥାଆନ୍ତା

କି ସୁଖ ଶାନ୍ତି ପାଇଲୁ ତୁ କହ

ମୁଣ୍ଡେଇଲୁ ଯାହା ଦେଶଦ୍ରୋହୀର

ଅପବାଦ କଳଙ୍କ ଟୀକା ଅଯଥାରେ

ତୁ କଣ ଭୁଲିଗଲୁ କି ସେଇ ଦାମ୍ଭିକ

ବଜ୍ର ଗମ୍ଭୀର ସ୍ଲୋଗାନ "ରାଷ୍ଟ୍ର ସର୍ବୋପରି"??

ତୋ' ପୁଅଝିଅଙ୍କ ନୁଖୁରା ମୁଣ୍ଡ

ମଇଳା ଜାମାପଟା ଚିରା ବସ୍ତାନି

ଭାର୍ଯ୍ୟାର ସାତସିଆଁ ଲୁଗା

ଅଲରା ଚାଳ ଜାଉଁଳି ହଡ଼ା ବଳଦ

ଦିନେ ବି ତ କରି ନାହାଁନ୍ତି ଆପତ୍ତି

କ୍ଷେତ ବି ତ ମନା କରିନି

ଫଳାଇବାକୁ ସୁନାର ଫସଲ

ଏମିତି ତ କାଳ କାଳରୁ ତୁ

ଚିର ଉପେକ୍ଷିତ ଶୋଷିତ ବଞ୍ଚିତ ପୀଡିତ

ସହି ଯାଇଥାଆନ୍ତୁ ଭଲା ଆଉ କିଛି ଦିନ

କଣ ବା ପଡିଥାଆନ୍ତା ତୋତେ ଫରକ??

ତୋ' ଆନ୍ଦୋଳନର ମହାମାନ୍ଯ ନେତାଗଣ

କେତେବେଳେ ଯେ ଯିବେ ବଦଳି

ଚତୁରେ ଚତୁରେ ହେବେ କୋଳାକୋଳି

ତୋ ମୁଁହରେ ଚୂନ କାଳି ବୋଳି

ତୁ କି ପାରିବୁ କହି ଦୃଢ଼ ନିଶ୍ଚିତରେ

ତୁ ରହିଥା ଚୁପ୍ ଚାପ୍ ସହି କଷଣ

ସଢି ଦାରିଦ୍ର୍ୟର କଷାଘାତରେ

ଆମ ପାଇଁ ଆମ ଦେଶର ହିତରେ

କାରଣ "ରାଷ୍ଟ୍ର ସର୍ବୋପରି"!!!



Rate this content
Log in

Similar oriya poem from Tragedy