Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Tragedy Inspirational

4.0  

Jagannath Barik

Tragedy Inspirational

ଭାଙ୍ଗିଗଲା ଯୌଥ ପରିବାର

ଭାଙ୍ଗିଗଲା ଯୌଥ ପରିବାର

2 mins
168


ବାବୁ ସ୍ୱପ୍ନେଶ୍ଵର ମଧୁପୁର ଜମିଦାର

ଭାଇ ବିଶ୍ୱେଶ୍ୱର ଅନୁଗତ ନିରାଧାର |


ପୈତୃକ ସମ୍ପତ୍ତି ତାଙ୍କ ଚାଳିଶ ଏକର

ଧନ ମାନ ଯଶ ସଙ୍ଗେ ନ୍ୟାୟ ମୂର୍ତ୍ତିଧର |


ଏକାନ୍ନବର୍ତ୍ତୀ ଯଉଥ ପରିବାର ଭାର

ବନ୍ଧୁ ବାନ୍ଧବ ସହିତ ଗ୍ରାମ କର୍ଣ୍ଣଧାର |


ପରିବାର ଲୋକ ସଂଖ୍ୟା ଥିଲାଟି ସତର

ଦୁଇ ଭାଇ ଭଗ୍ନୀଚାରି ମାତା ସହିତର |


ପିତା ଦିବଂଗତ ତାଙ୍କ ବିଧବା ପିଉସୀ

ବେନି ସୁତା ସୁତ ସହ ଅଥର୍ବ ମାଉସୀ |


ବେଣୁଧର ପରିଚାର ପତ୍ନୀ ସହିତର

ନିଜ ପତ୍ନୀ ପୁତ୍ର ପୁତ୍ରୀ ମିଶାଇ ସତର |


ସୀତାକୁ ବିମଳା ଦୁଇ ଭଗ୍ନୀ ସମ ଯାଆ

ଗୁଣବତୀ ଦୟାବତୀ ଭାବେ ଥିଲା ନାଆଁ |


ବେନି ପୁତ୍ର ଏକ ସୁତା ସ୍ୱପ୍ନେଶ୍ଵରଙ୍କର

ପାଠ ପଢ଼ି ଦୁହେଁ ହେଲେ ବିଦେଶେ ଡାକ୍ତର |


ସୁତା ଶୈଳବାଳା ହାଇସ୍କୁଲେ ଶିକ୍ଷୟିତ୍ରୀ

ବିଭାହେଲେ କଲେଜ ଅଧ୍ୟକ୍ଷେ ଯଥାରୀତି |


ପୁତୁରା ବ୍ରଜେଶ କିନ୍ତୁ ଅତି ଅମାନିଆ

ଦୁଷ୍ଟାମିର ଶେଷ ସୀମା ସଭିଏଁ ଛାନିଆ |


ବଡ଼ବାପାଙ୍କୁ ଡରି ସେ ପଢିବାକୁ ଯାଏ

ଗର୍ବ ଅଭିମାନେ କାରେ ଖାତିର ନଥାଏ |


ଖର୍ଚ୍ଚ କରେ ଅପର୍ଯ୍ୟାପ୍ତ ବସଇ ଛକରେ 

ପାନବିଡି ମଦ ଜୁଆ ଝିଅଙ୍କ ଚକ୍କରେ |


କୁସଙ୍ଗରେ ପଡ଼ି ପାଠ ଅଧାରୁ ଛାଡିଲା

ଆଳସ୍ୟ ନିଶା କବଳେ ସେ ବୁଡ଼ି ରହିଲା |


ଝିଅ ଚାରି ହୀରା ମୋତି ରୂପାଲି ମାଣିକ 

ପାଠ ପଢ଼ି ଚାକିରୀ କରିଲେ ପ୍ରାମାଣିକ |


ପିଉସୀ ପୁଅ ସୁମନ ଅମନ ସେନାରେ

ଯୋଗଦେଲେ ବ୍ରଜ ରହେ ମିଛ ବାହାନାରେ |


ସବୁ ପୁଅ ଝିଅଙ୍କର ବିବାହ ସରିଲା

ଧିରେ ପରିବାର ବୋଝ ହାଲୁକା ଧରିଲା |


ସାନ ଭାଇ ବିଶ୍ୱେଶ୍ୱର ଦୁର୍ଘଟଣାଗ୍ରସ୍ତ

ଘଟଣା ସ୍ଥଳରେ ହେଲେ ପରଲୋକ ଗତ |


ବିମଳା ପର କଥାରେ ହୋଇ ପ୍ରଭାବିତ

ବଡ଼ବାପା ବିରୁଦ୍ଧେ ପୁତ୍ରକୁ ନିୟୋଜିତ |


ବ୍ୟବସାୟ କରିବାକୁ ଟଙ୍କା ମାଗେ ଯାଇ

ଦୁଇ ଲକ୍ଷ ଦେଲେ ବାପା ହାତରେ ଧରାଇ |


ଦୋକାନରେ କ୍ଷତି ହେଲା ମୂଳ ଗଲା ବୁଡ଼ି

ପୁଣି ଦୁଇ ଲକ୍ଷ ଦେଲେ ଜାଣି ପଥ ହୁଡ଼ି |


ବ୍ୟବସାୟରେ ବ୍ରଜେଶ ନିରାଶ ହୋଇଲା

ପୁଣି ବଡ଼ବାପା ପାଖେ ହାତ ପତାଇଲା |


ନାହିଁ କରନ୍ତେ ତକ୍ଷଣେ ହୋଇ କ୍ରୋଧୋନ୍ମତ୍ତ 

କଟୁ ତିରସ୍କାର ମାଡ଼ ଦେବାକୁ ଉଦ୍ୟତ |


ଆକସ୍ମିକ ବଜ୍ରପାତ ଘୁରିଗଲା ମଥା

ପୁତୁରାର ଆଚରଣ ଆଚମ୍ବିତ କଥା |


ମାଆ ପୁଅ ଏକାକାର ଅଦ୍ଭୁତ ଦୁନିଆ

ଭାବି ଜମିଦାର ବାବୁ ହୋଇଲେ ଛାନିଆ |


କୋହ ଚାପି ବୁଝାଇଲେ ଶୁଣ ବାପଧନ

ସବୁତ ତୋହର କିମ୍ପା କରିବି ବଣ୍ଟନ |


ତୋ ପ୍ରତି ଦରଦ ଅଛି ସବୁରି ଅନ୍ତର

ସବୁ ନିଅ ସ୍ଥାବର ଆବର ଅସ୍ଥାବର |


ମୁଁ ଜୀବନେ ଥିଲାଯାଏ ହେବନାହିଁ ବାଣ୍ଟ

ଶୁଣିକହେ ବୁଢ଼ା ତୋର ଭାଙ୍ଗିଦେବି ଆଣ୍ଟ |


ଅନ୍ଧ ଧୃତରାଷ୍ଟ୍ର ନିତି ଚଳିବନି ଆଉ

ବାଣ୍ଟ ସବୁ ଆଜି ତୁମେ ବଞ୍ଚି ଥାଉ ଥାଉ |


ଧର୍ମ କାନ୍ଦେ ସବୁ ତ୍ୟାଗ ଆଜି ପାଣି ଗାର

ଭାଙ୍ଗିଗଲା ମୁହୂର୍ତ୍ତକେ ଯୌଥ ପରିବାର |


ଅମୃତରେ ଵିଷ ଦେଲା ବ୍ରଜ କୁଳାଙ୍ଗାର 

ପୁତ୍ର ପୁତ୍ରୀମାନେ କଲେ ତାହାକୁ ଧିକ୍କାର |



Rate this content
Log in

Similar oriya poem from Tragedy