STORYMIRROR

Satyabati Swain

Abstract Tragedy

4  

Satyabati Swain

Abstract Tragedy

ସଂକ୍ରମିତ

ସଂକ୍ରମିତ

1 min
535

ଏ କି ରୂପ ଜୀବନର !

ପରିଚିତ ନ ଥିଲା ତ

ଆଗରୁ ମୋ କେବେ ?


ଏତେ ଶୁନ୍ ଶାନ୍ 

ଖାଁ ଖାଁ

ଦାଣ୍ଡ ଗୋହରୀ ପରି

ଅସହାୟ ଏମିତି ବିଶ୍ୱ

ବିଜ୍ଞାନ

ଏବଂ ମଣିଷ !


ନିହାତି ଅଚିହ୍ନା

ଅଧା ଜଳା ଭିଜା ସିଗାରେଟ୍ ପରି

ଗୃହ ବନ୍ଦୀ

ମୁହଁ ତୁଣ୍ଡି

ହୃଦୟ ମଧ୍ୟରେ ଦୂରତା !


କାଳର ଏ କି ରୂପ

ସ୍ତବଧ 

ଚକିତ

କିଂ କାର୍ତ୍ତଵ୍ୟ ବିମୁଢ

ଲୁହ ପଡି

ଦିଶୁଛି

ରଙ୍ଗ ଉଡା ରଙ୍ଗୀନ କାଗଜ ପରି

ଏବେର ଜୀଇଁବା।


ସଂକ୍ରମିତ ଫୁସ୍ ଫୁସ୍

ସମ୍ପର୍କ

ହୃଦୟ

ମାନବିକତା

ଶିକ୍ଷା

ସଂସ୍କାର

ମହାମାରୀ କରୋନା ଠୁ ବି

ଭୟଙ୍କର

ଆହୁରି ମାରାତ୍ମକ

ମଣିଷର ନୃଶଂସ

ପିଶାଚ ପ୍ରକୃତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract