STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଧନତେରେସ

ଧନତେରେସ

1 min
593

ଧନତେରାସରେ ସୁନା ଚାନ୍ଦି କିଣିଲେ

ଧନ ବଢେ ଶୁଣି ମୋ ଘରଣୀ

ମୋ ପାଖେ ରଖୁନି ଗୋଟେ ଚାରେଣୀ

ବ୍ୟାଙ୍କ ଖାତା ମୋ ଶୁନ କଲାଣି ।


କରୁଛି ଏବେ ମୁଁ ଭାଲେଣି

ନ ଖଟି ବସି ଖାଇଲେ,

ଏମିତି ଖର୍ଚ୍ଚ କଲେ

ଧନ ବଢିବ ନା ବଜେଇବି ବସି ଖଞ୍ଜଣି

ସ୍ୱଳ୍ପ ରୋଜଗାରିଆ ସ୍ୱାମୀର

ଏ ଗୋଟେ କରୁଣ କାହାଣୀ ।


କେବେ ମୋ ଘରଣୀ ମୋ ଆୟୁଷ ପାଇଁ

ସାବିତ୍ରୀ, କରବା ଚୌଥ ବ୍ରତ କରଇ

କେବେ ପୁଣି ଧନ, ସୌଭାଗ୍ୟ ପାଇଁ

ମୋ ହୃଦୟ ସଙ୍ଗେ ଖେଳଇ

କୁହେ ସୁଦୁ କଞ୍ଜୁସ ତୁମେ

ତୁମ ଦେଇ ଖଡା ଶିଝିବନି ।


ଇମୋସନାଲ ଫୁଲ ବନାଇଁ

କେବେ ମେଣ୍ଢା, ଭେଣ୍ଢା 

ପୁଣି କେବେ ଲଣ୍ଡା କରଇ

ହାୟରେ ପତ୍ନୀ ପ୍ରେମେ ବୁଡି ମୁଁ ପାପୁଡା

ତ୍ରାହି ତ୍ରାହି ଖାଲି ଡାକଇ

ନାକ ଯାଏ ହେଲାଣି ମୋ ପାଣି ।


ଫରମାଇସ ପୂରଣ ନୋହିଲେ

ଚକ ଅଖ ଯିବ ବିଗିଡି

ନହେଲେ ଚାଲିବନି ଭାଇରେ

ମୋ ସଂସାର ଦି ଚକିଆ ଗାଡି

ମୁଣ୍ଡରେ ହାତ ଦେଇ

କରୁଛି ଏବେ ଭାଲେଣି

ଧନ ତେରେସ

ତୁମେ କାହିଁକି ଆସି

ଆମ ପରି ଲୋକଙ୍କୁ

କରୁଛ ପାଣି ପାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy