STORYMIRROR

ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

ବେବାକ୍ ଝଡ !

ବେବାକ୍ ଝଡ !

1 min
145


ସ୍ନିଗ୍ଧ ବାସ୍ନାୟିତ ଚତୁଃପାର୍ଶ୍ୱ ଆଜି

    ହୃଦୟରେ କଷ୍ଟ ଭରେ

ମହୁ ମହୁ ସବୁ ଲାଗୁଥିବା ପ୍ରୀତି

    ସମ୍ପର୍କରୁ ବହୁ ଦୂରେ ।।


ବିଞ୍ଚିଥିଲ ଦିନେ ପ୍ରଣୟର ବୀଜ

    ମୋର ମନ ଉପବନେ

ଭଲ ପାଇବାର ନୀରବିତ ପଥେ

    ଭରା ଉଷ୍ମ ଶିହରଣେ ।।


ଅନୁରାଗେ ଅବା ଅଭିମାନେ କିଛି

    ମାଗିନାହିଁ ଅଧିକାରେ

ବଦଳେ ଦେଇଛି ଅଶୁମାରୀ ସ୍ନେହ

   ଦୀଆଲିର ଆଲୁଅରେ ।।


ମାଗି ନେଇ ତୁମ ଦୁର୍ଲଭ ସ୍ପନ୍ଦନ

    ସାଇତିଛି ଅନୁଭବେ

ସମ୍ପର୍କ ପାବଚ୍ଛେ ଆଶାଦିପ୍ତ ପ୍ରାଣେ

   ରଖିଛି ସଦା ସଦ୍ଭାବେ ।।


ପାଉଛି ସାଉଣ୍ଟା ଉପହାର ଆଜି

   ଅତୁଠ ଲୁହ ନଦୀରେ

ଯେଉଁଠି ସାରିଛି ସ୍ନାନ ଓ ତର୍ପଣ

   ଦଗ୍ଧ ଛାଇ ଆଲୁଅରେ ।।


ତୁମ ରାଜରାଣୀ ଭଙ୍ଗୀ ଉଙ୍କିମାରେ

   ସଦା ମୋର ହୃଦୟରେ

ସପନ ଦେଖାଇ ଦୂରେଇ ଦେଇଛ

   ଛଳନାର ମହଲରେ ।।


ଦୁର୍ବଳ “ଅନଳ” ମୁଁ ନୁହେଁ ଲିଭିବି 

   ଏହି ବେବାକ ଝଡରେ 

ମିଥ୍ୟା ଅଭିନୟ ପରିତ୍ୟାଗ ପଥେ

   ରୁହ ସଦା ଆନନ୍ଦରେ ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy