Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Romance Inspirational

4.1  

ଅନିଲ କୁମାର ଲେଙ୍କା

Romance Inspirational

ପ୍ରେମର ପୁଲକ : ପ୍ରେମ

ପ୍ରେମର ପୁଲକ : ପ୍ରେମ

2 mins
293


ପ୍ରେମ ,

ଏକ ଅସରନ୍ତି ବିଶ୍ୱାସ ,

କେଉଁଠି ବନ୍ଧୁତାରୁ ଆରମ୍ଭ ପ୍ରେମରେ ଶେଷ ,

ପ୍ରେମରୁ ଆରମ୍ଭ ପୁଣି ବନ୍ଧୁତାରେ ଶେଷ ।

କେଉଁଠି ବିଶ୍ୱାସରେ ବିଷ ,

ଅବା ସିନ୍ଦୁରରେ ଶେଷ ,

ସିନ୍ଦୁରରୁ ଆରମ୍ଭ ପୁଣି ମଶାଣିରେ ଶେଷ ।

ଖୋଜିବୁଲେ ଜହ୍ନରେ ପ୍ରିୟାର ଠିକଣା

ବିନା ବସନ୍ତରେ ବହିଯାଏ ମଳୟର ମୂର୍ଚ୍ଛନା ।

ଶେଫାଳି ପରି ସନ୍ଧ୍ୟାରେ ଫୁଟି ସକାଳେ ମଉଳି ଯାଏ ।

ଆଦ୍ୟ ଶରତେ ନଇଧାରେ ହସୁଥାଏ ।

ପ୍ରେମ କାହାପାଇଁ ଆଣିଥାଏ ମଧୁରଗୀତି ,

କିଏ ଖୋଜିଥାଏ ରାତ୍ରିର ନିସ୍ତବ୍ଧତାରେ କେବଳ ଦେହର ତାତି ।

ଜାୟାର ପ୍ରୀତି-ପ୍ରଣୟ ସୋହାଗର ମାପକାଠି ..

ମାଆର ପଣତରେ ମମତାର ଡୋରି ଚିରଦିନ ପାଇଁ ବନ୍ଧା ବିଶ୍ୱାସର ମୁଠି ।

ପ୍ରେମ ପାଇଁ ସବୁ ସମ୍ପର୍କ ଆପଣା ,

ବନ୍ଦି ହୋଇଯାଏ ସଂଜ୍ଞାବିହୀନ ସମ୍ପର୍କର ରଜ୍ଜୁରେ

ପୁଣି କେଉଁଠି ମତୁଆଲା କେବଳ ଛଳନାର ମଧୁ ଫାଶରେ ।

ସୃଷ୍ଟିର ଆରମ୍ଭରେ ପ୍ରେମର ଆରମ୍ଭ ,

ନାହିଁ ଯାର ଇତି ,

ଏକ ଅନାବିଳ, ଅମଳିନ ଦୀର୍ଘ ସମ୍ପର୍କର ରେଶମୀ ଡୋର !!


Rate this content
Log in

Similar oriya poem from Romance