STORYMIRROR

subrat kumar jena

Tragedy

3  

subrat kumar jena

Tragedy

ଅଢେଇ ଦିନ

ଅଢେଇ ଦିନ

1 min
244

ଅଢେଇ ଦିନ,

ସମସ୍ତେ କୁଣିଆ ଏ ଜଗତେ,

ଅନେକ ଗର୍ବ,

କାହିଁ କର ତୁମେ ହେ ଭଗତେ,

ନାଁ ତୁମେ ରହିବ ନାଁ ମୁଁ,

ସମସ୍ତେ ଆସି ଚାଲିଯିବେ ଆପଣା ପଥରେ,

କିଏ ହୁଏତ ମନେ ରହିପାରେ,

ଛାୟା ନୈପଥରେ ,ଆଲୋକ ମାଳାରେ,

ସ୍ମୃତି ସମୁଦ୍ରରେ ଅବା ଦୁଃଖ ବାଲୁକା ରାଶିରେ ,

ହେଲେ ସରେନି ଆତ୍ମତୃପ୍ତି ଅବସାଦର ବକ୍ଷ ଦେଶରେ ।


ଅଢେଇ ଦିନ,

ତୁମେ ଆସିଥିଲ ମୋ ସ୍ପଦନେ,

ମୋତେ ନିଜର ନିଜର ବାସ୍ନାରେ ସମ୍ମୋହିତ କରି,

ଅଦିନରେ ଫଗୁଣ ରଙ୍ଗରେ ଭିଯାଇ,

ତଥାପି ଆଜି ତୁମେ ନାହଁ,

ଯଦିଓ ତୁମର ସବୁ କିଛି ସାଇତା ମୋଠି !

ମୁଁ କିନ୍ତି ଏତେ ସବୁ ପରେବି ନିସ୍ୱ,

ଜାଣେନା ତୁମ ଲାଗି ଅବା ମୋ ଲାଗି,

ଅନୁତାପର ଆନ୍ତ୍ର ଧ୍ୱନି ଜାଳେ ପ୍ରତୀକ୍ଷଣ,

ବେଳ ଅବେଳରେ ମାତିଯାଏ ଉନ୍ମାତ ହାତୀପରି,

ସବୁ କିଛି କୁ ନଷ୍ଟ ଭ୍ରଷ୍ଟ କରି ଦେବାକୁ ।


ଅଢେଇ ଦିନ,

ପରେ ପୁଣି ହାତାସା ,ନିରାଶାର ମରୁବାଲି ଲିଭିଯାଏ,

ଆଶାର ନୂଆ କିରଣରେ ମନ ବ୍ୟସ୍ତ ହୁଏ,

ହଁ ନାହିଁର ସଂସାରରେ ସବୁ କିଛି ଦ୍ରୁତ,

କାହା ଲାଗି କାହା ପାଖରେ ସମୟ ଥିଲାଯେ ରହିବ,

ସମସ୍ତେ ବ୍ୟସ୍ତ ବିବ୍ରତ ଅଢେଇ ଦିନକୁ ଅତିବାହିତ କରିବାକୁ,

କେବେ ମୋର ତୁମର ହୋଇ ,କେବେ ଆଉ କାହାର ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy