STORYMIRROR

subrat kumar jena

Tragedy Action

4  

subrat kumar jena

Tragedy Action

ଚିତ୍ରଲେଖା

ଚିତ୍ରଲେଖା

2 mins
672

ମନେ ଅଛିକି ଚିତ୍ରଲେଖା ,

କେବେ କେମିତି କେଉଁଠି,

ମୋ ସହ ତୁମର ହୋଇଥିଲା ଦେଖା

ସେ କି ଦେଖା !

ଯାହା ଟାଣିଦେଇଥିଲା ସେଦିନ,

ତୁମ ସହ ମୋ ଜୀବନର ଏକ ନୂତନ ରେଖା,

ତୁମେ ଆଙ୍କିଥିଲ କେଜାଣି କେମିତି,

ଭୂମିପରେ ନଖ ଆଙ୍ଗୁଳିରେ ଅବୁଝା ଜ୍ୟାମିତିକୁ,

ହୋଇଥିଲା ତାହା ମୋ ଲାଗି,

ପ୍ରେମ ପ୍ରଣୟର ଏକ ସରଳ ରେଖା,

ଖାସ୍ ଥିଲା ତୁମର ସେଇ ପ୍ରଥମ ଦେଖା ।


କିଛି କିଛି ମନେ ଅଛି ଚିତ୍ରଲେଖା,

ତୁମେ କେମିତି ସେଦିନ ଦୁଃଖୀ ହୋଇଥିଲ,

କରୁଣ କାହାଣୀର ବାସ୍ତବ ଚିତ୍ର ନଗଡାକୁ ଦେଖି,

ପଚାରିଥିଲ ଏମିତିବି କଣ ଚିତ୍ର କେହି ଆଙ୍କେ ବାସ୍ତବରେ,

ସେଦିନ ଦୁକ ଦୁକିରେ ତୁମ ଭରିଥିଲା ଭୟ,

ଆଖିରେ ତୁମ ଜକାଇଥିଲା ଅମାନିଆଁ ଲୁହ କେଇ ବୁନ୍ଦା,

ପଚାରିଥିଲ କଣ ଦୋଷଥିଲା ସେମାନଙ୍କର,

ବେବିନା,ଇତିଶ୍ରୀ, ପରୀ ପୁଣି ଛବିରାଣୀର,

ନାଁ ଏଇ ପବିତ୍ର ଭାରତ ଭୂମିକୁ ପବିତ୍ରବୋଲି ଭାବିବାର ଭୁଲ୍ ଧାରଣାରେ,

ଚିତ୍ରଲେଖା ତୁମ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା,

ତୁମେ ରହି ରହି ଆଙ୍କିଛ ଜୀବନ ଦର୍ଶନର ଗାଥା,

ଲୋଭ ,ମୋହ, ମାୟାଠୁ ବହୁ ଉର୍ଦ୍ଧରେ,

ଜାଣେ ସହଜେ ତୁମକୁ ପାରିବେନି କେହି ବୁଝି ।


ମନେରଖିବାକୁ ଚାହୁଁଛ କି ଚିତ୍ରଲେଖା,

ଯେତେ ସବୁ ବାଦ ଅପବାଦକୁ,

ବରଂ ଭୁଲିଯାଅ ଶାନ୍ତିର ସନ୍ଧାନ ପଥରେ,

ନହେଲେ ଏମିତି ବି ହେବ ,

ସତୀ ସୀତାଙ୍କର ସତୀ ପରୀକ୍ଷା ପରି,

ଆଜିର ସମାଜରେ ତୁମକୁ ହାରିବାକୁ ଲାଗିବନି ସମୟ,

ନାହାରିଲେ ବି ତୁମେ,

ତୁମକୁ ବାଧ୍ୟ କରାଯିବ ହାରିବାକୁ ନିଜ ମାନଙ୍କଠୁ,

ବରଂ ଭୁଲିଯାଅ ଏ ଭରତଙ୍କ ଭାରତ ବୋଲି,

ଆଜି ପରା ଖୋଲା ଖୋଲି ଚାଲୁଛି,

ଏଠି ସେଠି ସବୁଠି ଇଜ୍ଜତର ଖୋଲା ଜୁଆ ଖେଳ,

କେଉଁଠି ରାତି ହୁଏ ରଙ୍ଗୀନ,

ଏଠି କିନ୍ତୁ ଦିନ ମୁହଁ ଲୁଚାଏ ଲାଜରେ,

ନିଜ ଇଜ୍ଜତର ନିଲାମୀ ନହେବା ଲାଗି ।


ମନେ ନାହିଁ ମୋର ସେଦିନ କଥା ଚିତ୍ରଲେଖା,

କେଉଁ ତିଥି କେଉଁ ବାର କି କେଉଁ ନକ୍ଷତ୍ର ବେଳା ଥିଲା,

ତୁମେ ଧସେଇ ଆସିଥିଲ,

ମୋ ଅଶାନ୍ତ ପୃଥିବୀକୁ ଟିକେ ପ୍ରେମ ଶାନ୍ତିର ସନ୍ଧାନେ,

ମୋ'ଠି କଣ ଦେଖିଥିଲ ତୁମେ,

ବୁଦ୍ଧଙ୍କର ଶାନ୍ତ କମୋଳ ସ୍ନିଗ୍ଧ କାମନୀୟ ହସକୁ,

ମନେ ନାହିଁ ମୋର ସେଦିନର କଥା ଆଉ,

ତଥାପି ଯେତେ କ୍ୟାଲେଣ୍ଡର ର ତାରିଖ ପଛେ ବଦଳୁ,

ତୁମେ କିନ୍ତୁ ଆଜିବି ସେଇଠି ଅଛ,

ଯେମିତି ଆସିଥିଲ ପ୍ରଥମ ଥର ନୂଆକରି,

ଚିତ୍ରଲେଖା ସତରେ ତୁମେଥିଲ ମୋ ଭାଗ୍ୟର ରେଖା,

ସେବି ଥିଲା କି ଦେଖା,

ଯେଦିନ ତୁମସହ ହୋଇଥିଲା ପ୍ରଥମ ଦେଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy