STORYMIRROR

subrat kumar jena

Classics

4  

subrat kumar jena

Classics

ଏମିତି ହୁଏନି

ଏମିତି ହୁଏନି

1 min
417

ଏମିତି ହୁଏନି 

ବାଧ୍ୟ ଅବାଧ୍ୟରେ ଭରିଯାଏ 

ଭୋକ ଭୂଗୋଳର ପରିସଂଖ୍ୟାନ 

କି ଭରିଯାଏ ଛୋଟ ଚଞ୍ଚୁରେ 

ବିଶାଳ ସମୁଦ୍ରର ଜଳରାଶି 

ତଥାପି ପକ୍ଷୀ ଉଡେ ଦୂରକୁ ଦୂରକୁ 

କାହା ଭାଷାରେ ଆକାଶର ଦୈର୍ଘ୍ୟ ମାପିବାକୁ 

କିନ୍ତୁ ବାସ୍ତବରେ ଏମିତି ହୁଏନି ।


ଅଶାନ୍ତ ସମୁଦ୍ରରେ ଅନେକ ଜୁଆର ଆସେ 

କବି କହେ ତା ଯନ୍ତ୍ରଣାର ଗାଥା 

ସବୁକୁ ଦେଇ ଦେଇ ସେ ନିଃସ୍ୱ 

ଦେଖି ପାରେନି କି ଦେଖେଇ 

ତଥାପି ସେ ମଥା ପିଟେ ନିତି ନିତି 

ଏମିତି ହୁଏନି 

ଇନ୍ଦ୍ରଧନୁରୁ ସେ ସବୁତକ ରଙ୍ଗକୁ ଭିଡି ଆଣେ 

ନିଜ ଦୁଃଖର କନଭାସରେ ରଙ୍ଗ ଭରିବାକୁ ।


ଏମିତି ହୁଏନି 

ସ୍ୱର୍ଗର ପାରିଜାତକୁ ଖୋଜି ଖୋଜି 

କେହି କେବେ ତୋଳିପାରେ ଜହ୍ନରେ ଘର 

ଭଲ ଲାଗେ କିଛିକୁ ସ୍ୱପ୍ନରେ ଦେଖିବାକୁ 

ରାତିପାହେ ସ୍ୱପ୍ନ ଭାଙ୍ଗେ 

ପୁଣି ଥରେ ଫେରିବାକୁ ପଡେ 

ବାସ୍ତବତାର ସେଇ ଝାଟି ମାଟି କୁଡ଼ିଆକୁ 

ଏମିତି ହୁଏନି ରାତା ରାତି ବଦଳିଯାଏ 

ହାତଭାଗିନୀର ଭାଗ୍ୟର ରେଖା ସବୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics