Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Romance

3  

subrat kumar jena

Romance

ଭୁଲ୍ ଠିକଣାର ଚିଠି

ଭୁଲ୍ ଠିକଣାର ଚିଠି

1 min
356



କେମିତି ଜାଣିବ କହିଲ ?

ତୁମେ ଦେଇଥିବା ଠିକଣାଟି ଭୁଲ ବୋଲି,

ମୁଁ କଣ ଯେ କେହିବି କହିବ,

ତୁମଠି ପୁଣି ଅବିଶ୍ୱାସର ପ୍ରଶ୍ନବାଚୀ !

ହୁଏତ ସୂର୍ଯ୍ୟ ତାରା ଭୁଲ ହୋଇପାରନ୍ତି,

ତୁମେ ଆଉ ତୁମକଥା ଥିଲା ଧ୍ରୁବ ସତ୍ୟ,

ମୋ ଭଳି ଯେତେ ପାଗଳ ପ୍ରେମିକଙ୍କ ଲାଗି,

ତୁମେ ବି ବେଶ ଖେଳିଲ ମୋ ସହ,

ଦୁନିଆ ଆଗରେ ନିଜକୁ ସତୀ ସାବିତ୍ରୀର ଆଖ୍ୟା ଦେଇ ।


ତୁମରି କଥାରେ ଦିନରେ ସେମିତି ଦେଖିଲି ଜହ୍ନକୁ,

ଯେମିତି ଠିକ୍ ତୁମେ ଚାହିଁଲ ,

ଇଛମତୀ ଋତୁସବୁ ହୋଇ ମୋ ଜୀବନରେ,

ଆରେ ଶୁଣ କଣ ଭାବୁଥିଲ ?

ଏ ଦୁନିଆ କଣ କହିବ ବୋଲି !

ନାଁ ସେମିତି କିଛି ନୁହଁ,

ଅଧିକ ହେଲେ କହିପାରେ କବି ଜଣେ ମରିଗଲା ,

ବିଶ୍ୱାସ କର ସେ ସମ୍ପର୍କର ସଂଜ୍ଞା,

ସେମିତି ରହିବ ଲୁକ୍କାୟିତ ସବୁରି ଆଗରେ,

ମୁଁବି ତୁମକୁ କେବେ କହିପାରିବିନି ଭୁଲିଯିବାକୁ,

ହୁଏତ ତୁମେ ଭୁଲିଯାଇପାର ତୁମରି ଇଚ୍ଛାରେ,

ମୋ ପ୍ରଥମ ଓ ଶେଷ ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଯାଇ,

ଏପରି କରି ନପାର,

ନହେଲେ ଦୁନିଆ କଣ କହିବ ।


ତୁମେପରା ଗୋଟେ ପ୍ରେମୀର ପ୍ରେମିକା ଥିଲ,

ସମ୍ପର୍କର ଯମୁନାର କଣ ଏତେ ଅବିଶ୍ୱାସ ଥିଲା,

କଣ ଏଥିଲାଗି ରାଧା ଧାଇଁଆସୁଥିଲେ ଗୋପବନକୁ,

ସେଇତ ସମ୍ପର୍କ ସବୁରି ଉର୍ଦ୍ଧରେ,

ତୁମେ ମୁଁ ଆଉ ସମସ୍ତେ ଯେଉଁପଥର ପଥି ହେବାକଥା ,

ତୁମେ ଚାହିଁଲେ ଯାହା କରିପାର,

ମୁଁ ବା ତୁମକୁ କଣ କହିବି,

ଯଦି ତୁମେ ମୋତେ ନିଜର ଭାବୁନ

ସେମିତିରେ ମୁଁ କେମିତି କହିବି ସଠିକ ଠିକଣା ତୁମର ।


Rate this content
Log in

Similar oriya poem from Romance