ଦୋଛକିରେ ଖାକି ପୋଷାକ ଜୀବନ
ଦୋଛକିରେ ଖାକି ପୋଷାକ ଜୀବନ
ଅସଜଡା ଜୀବନ ତିଳ ତିଳ ଜଳେ
ଉପରେ ମିଛି ମିଛି ରଜନୀଗନ୍ଧା ବାସ୍ନା
ସେହି ସମୟକୁ ସୁଧାରିବା ପାଇଁ
ଖାକିିର ଯାତ୍ରା ......
କିନ୍ତୁ ଯିଏ ସୁରକ୍ଷା ଶକ୍ତିର ମୂଳ ଦୁୁଆ
ତାର ପରିସ୍ଥିିିତି ?
ମୁଣ୍ଡ ଉପରେ ଝୁଲୁ ଥାଏ
ତୀକ୍ଷ୍ମ ଖଣ୍ଡା ଧାର ,
କେବେ ବି କିଛି ......
ବାରବାର ଜୀବନ ବଳି ପଡୁ ଥାଏ,
ଘରେ ସ୍ତ୍ରୀ ପିଲାଙ୍କ ମୁହଁ
ବାହାରେ ନିର୍ଦ୍ଦୋଷ ପ୍ରତି କର୍ତ୍ତବ୍ୟ
ଦୁଇ ସ୍ରୋତରେ ଖାକି ପୋଷାକ ଯାତ୍ରା
ଉପର ଅଫିିିସରଙ୍କ ତାଗିଦ୍ ଫେରାଦ
ହୁକୁମ ମାନିବାକୁ ପଡୁଛି ,
ବଳପୂର୍ବକ ହାତ ଗୁଞ୍ଜା
ନିରପରାଧି ଜୀବନ ଉତ୍ସର୍ଗ ପାଇଁ
କାମରେ ଢିଲା ତ
ଖାକିିିଟା ରକ୍ତ ଜୁଡୁବୁଡୁ .....
ପ୍ରାଣ ଟା ଦୋଛକିରେ ହନ୍ତସନ୍ତ
କେବଳ ଉପର ଦେଖାଣିିଆ ହସ,
ଧୂଳି ପୋଛିବା ବାହାନାରେ
ରୁମାଲ୍ ଆଖି ପାଖରେ .....
ଖାକି ରଙ୍ଗର ସ୍ୱପ୍ନ ନେଇ
କେତେବେଳେ ପାହାଁନ୍ତି ତାରା ହାତ ଠାରେ
ପୁଣି ସଂଘର୍ଷ ,
ଖାକି ପୋଷାକ ଆମର ଗର୍ବ ଗୌରବ ......
