Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Tragedy

3  

Jyotirmoyee Mohanty

Tragedy

ବ୍ୟତିକ୍ରମ

ବ୍ୟତିକ୍ରମ

1 min
240


ମୁହୂର୍ତ୍ତକରେ କେତେ କଣ ଘଟିପାରେ ମିଳିଯାଏ, ହଜିଯାଏ, ଚହଲି ଯାଏ, ଦୋହଲି ଯାଏ 

ଯେମିତିକି ସାରା ପୃଥିବୀଟା କଡ ଲେଉଟାଏ l


ଏମିତି ତ ଗଢି ହୋଇଯାଏ କାହାଣୀ 

ରଚି ହୋଇଯାଏ କବିତା 

ସ୍ୱପ୍ନସବୁ ସାଜନ୍ତି ପ୍ରଜାପତି

ମନ ଚଢେଇ ଘୁରିବୁଲେ ନୀଳ ଆକାଶେ l


ମୁହୂର୍ତ୍ତକରେ ପୁଣି ସବୁ କିଛି ନିଶୁନ, ନିଶବ୍ଦ 

ଝଡ଼ିଯାଏ ଡେଣା ପ୍ରଜାପତିର 

ନୀଡ଼କୁ ବହୁଡେନି ଚଢେଇ l

 

ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନରେ 

ସମୟର ଅଭାବ 

କିଏ କାହାକୁ ବୁଝିବ? 

କିଏ କାହା ମାନ, ଅଭିମାନ, ସୁହାଗ, ସ୍ବପ୍ନ କଥା ଶୁଣିବ? 


ମୁହୂର୍ତ୍ତକରେ ଏଇଠି ସଭିଏଁ ଆପଣାର 


ତ ପର ମୁହୂର୍ତ୍ତରେ ନିଜର ବି ସାତ ପର l 


Rate this content
Log in

Similar oriya poem from Tragedy