ଅଭୀପ୍ପା
ଅଭୀପ୍ପା
ମୟୂର ପରଟିଏ ହୋଇ ଥାନ୍ତିକି
ରହିଥାନ୍ତି ଚୂଳରେ
କାଳେ ବଂଶୀଟିଏ ହୋଇ ଥାନ୍ତିକି
ଥାନ୍ତି ରଙ୍ଗ ଅଧରେ ।
କାଳେ ପୀତବାସ ହୋଇ ଥାନ୍ତିକି
ଲାଗିଥାନ୍ତି ଦେହରେ
କାଳେ କଣ୍ଠହାର ହୋଇ ଥାନ୍ତିକି
ଲମ୍ୱିଥାନ୍ତି ହୃଦରେ ।
କାଳେ ଚନ୍ଦନ ଟିକା ହୋଇ ଥାନ୍ତିକି
ଝଟକନ୍ତି ମଥାରେ
କାଳେ ରଙ
୍ଗଅଳତା ହୋଇଥାନ୍ତିକି
ଚୁମୁଥାନ୍ତି ପୟରେ ।
କାଳେ ଘୁଙ୍ଗୁର ଯୋଡ଼ି ହୋଇଥାନ୍ତିକି
ବନ୍ଧା ହୁଅନ୍ତି ପାଦରେ
ପଦ୍ମ ଯୁଗଗଳକୁ ଚୁମୁନ୍ତି ସଦା
ଆକୁଳେ ଅଧିରେ ।
କାଳେ ତୁ କୋଳେଇ ନିଅନ୍ତୁରେ କାହ୍ନା
ଜୀବ ଯିବା ବେଳରେ
ଯାଆନ୍ତା କି ମିଶି ପଞ୍ଚଭୂତ ମୋର
ତୋ ଚରଣ ରେଣୁରେ ।।