ଦେବଦାସୀ
ଦେବଦାସୀ
ଆଜିବି ନାଚୁଛି ଦେବଦାସୀ
ଉର୍ଦ୍ଧାୟିତ ରାତିର ଶିଖାରେ
ନିଜେ ଜଳି ମହକାଇ ଦିଏ
ଶ୍ରୀମନ୍ଦିରର କୋଣ ଅନୁକୋଣ ।
ପବିତ୍ର ଭାବନାତାର
କରୁଣ ଚାହାଣୀର ବାଙୟତାରେ
ପ୍ରଲମ୍ୱିତ ହୋଇଯାଏ ପଥ
ମାଟିରୁ ମେଦିନୀ
ଯେଉଁ ପଥ ଦେଇ
ଓହ୍ଲାଇ ଆସନ୍ତି ସ୍ୱର୍ଗରୁ ଦେବତା
ସେହି ନିଶୀଥରେ ।
ସ୍ୱାର୍ଥା ନାହିଁ, ସ୍ୱପ୍ନ ନାହିଁ
ନାହିଁ ଆଶା କି କୌଣସି ଲୋଭ ତାର
ସବୁ ମାୟା ମୋହର ଉର୍ଦ୍ଧରେ
ନାଚୁଛି ସେ ଏଇମିତି ନାଚୁଥାଏ
ସାରାରାତି
ତା ଜୀବନ ଥିବା ଯାଏ ।
ଥମିଯାଇନି ପାଦ ତାର କେବେ
ଘୁଙ୍ଗୁର ବି ହେଇନି ଅବଶ
ଜନ୍ମାଜନ୍ମନ୍ତରର ଦାସୀ ସିଏ
ଏକା କାଳିଆର ।
