STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

ମୋ ଚକା ଅଖିଆ

ମୋ ଚକା ଅଖିଆ

1 min
15

ମୋ ଚକା ଅଖିଆ 

ମୋ ଜୀବନ ଧନ 

ତୋତେ ଦେଖି ନେତ୍ର ଗଲା ପୁରି 

ମୋ ସୁନା କାଳିଆ 

ମୋ ଜଗା ବଳିଆ 

ମଝିରେ ସୁଭଦ୍ରା ଗେଲି ସୁନ୍ଦରୀ 


ମୋ ରଂକୁଣି ଧାନ 

ମୋ ଜୀବ ଜୀବନ 

ତୋର ନାମ ନିତି ଭଜେ ଏ ମନ 

ମୋ ହୃଦ ରତ୍ନ ହାର 

ମୋ ମୁରଲୀ ଧର 

ତୋ ସେବା ରେ ବିତି ଯାଉ ଜୀବନ 


ମୋ ନୀଳ କନ୍ଦରିଆ 

ମୋ ମୟୁର ଚୁଳିଆ 

ହୃଦୟ ମନ୍ଦିରେ ରଖିଛି ତୋତେ 

ମୋ ମୃଗୁଣୀ ତାରକ

ମୋ ଗଜ ଉଦ୍ଧାରକ 

ଜୀବନ ସମର୍ପି ଦେଇଛି ତୋତେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics